
କଲମପୁର (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ହୀରାପୁର ଗ୍ରାମପଞ୍ଚାୟତ ତୋଟାପଡା ଗାଁର ବୁଟୁ ଯାନୀ (୪୫) ଲିଫ୍ଟ କେନାଲରେ ଭାସିଯାଇ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ ବୁଟୁ ଯାନୀ ଗତକାଲି ପାବଳୀ ଗାଁରେ ତାଙ୍କର ଜଣେ ସମ୍ପର୍କୀୟ ଙ୍କ ମୃତ୍ୟୁ ଘଟିବାରୁ ସେ ଶବ ସତ୍କାର କାର୍ଯ୍ୟ ରେ ଯୋଗ ଦେବାକୁ ଆସିଥିଲେ।ସନ୍ଧ୍ୟାରେ ଫେରିବା ବାଟରେ ସୁନାମାଲ ଲିଫ୍ଟ କେନାଲରେ ଗାଧୋଇବା କୁ ଯାଇ ଭାସି ଯାଇଥିଲେ।କେନାଲ ହୁଡ଼ାରେ ତାଙ୍କର ଚପଲ ଓ ଗାମୁଛା ପଡିଥିବା ଦେଖିବାକୁ ମିଳିଥିଲା।ଆଜି ତାଙ୍କର ମୃତ ଦେହକୁ ଜୟପାଟଣା ଅଗ୍ନିଶମ ବିଭାଗ ର ଓଆଇସି ଭରତ କରକରା,ଗୁଲୁ ସାହୁ ଏବଂ ତାଙ୍କ ଷ୍ଟାପ୍ ଚାଉଳ ଜଙ୍ଗଲ କେନାଲ ପାଖରୁ ଉଦ୍ଧାର କରିଛନ୍ତି।ପୋଲିସର ତଦନ୍ତ ଜାରି ରହିଛି।
ସ୍ବତନ୍ତ୍ର ଖବର – ରବିନ୍ଦ୍ର ମିଶ୍ର
13 thoughts on “ପୁଣି ମେଗା ଲିଫ୍ଟ କେନାଲରେ ଭାସିଯାଇ ଯୁବକ ମୃତ।”
Comments are closed.