
କଲମପୁର (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଲମପୁର ଅମୋହମଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା,ଅଧ୍ୟକ୍ଷ ବିରଞ୍ଚି ମାଝୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅର୍ଥନୀତି ଅଧ୍ୟାପକ ମଳୟ ମହାକୁଡ଼, ରାଜନୀତି ଅଧ୍ୟାପିକା ମଧୂମିତା ପଧାନ,ଓଡିଆ ଅଧ୍ୟାପକ ଡୋଲେଶ୍ବର ମାଝୀ, ଅତିଥି ଇଂରାଜୀ ଅଧ୍ୟାପିକା ଜସ୍ମିନ ପାଣିଗ୍ରାହୀ, ଭୂଗୋଳ ଅଧ୍ୟାପିକା ଦିବ୍ୟା ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ବୃକ୍ଷ ରୋପଣ କରିଥିଲେ, ଅଧ୍ୟାପକ ତଥା ଯୁବ ରେଡକ୍ରସ୍ ପ୍ରୋଗ୍ରାମ ଅଫିସର ବିଭୁତି ଭୁଷଣ ପଟ୍ଟନାୟକ ଏହାକୁ ପରିଚାଳନା କରିଥିବା ବେଳେ ଏଥିରେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ,ବିଦ୍ୟାଳୟ ପରିସରକୁ ସବୁଜ ସୁନ୍ଦର ଭାବେ ଗଢି ତୋଲିବା ଏହାର ମୂଳ ଲକ୍ଷ୍ୟ ହୋଇଥିବା ବେଳେ ଜୀବ ଜଗତ ପ୍ରତି ବୃକ୍ଷର ଅବଦାନକୁ ନେଇ ଅଧ୍ୟାପକ ମାନେ ନିଜ ନିଜ ମତ ରଖିଥିଲେ ।
ସ୍ବତନ୍ତ୍ର ଖବର – ସୁରେନ୍ଦ୍ର ନାଏକ
12 thoughts on “ଯୁକ୍ତ ଦୁଇ କଲେଜରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ”
Comments are closed.