
ଧର୍ମଗଡ଼ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଖଣ୍ଡର ନୂତନ ଉପଜିଲ୍ଲାପାଳ ଭାବେ ପ୍ରେକ୍ଷା ଅଗ୍ରୱାଲ, ଆଇଏଏସ୍ ଆଜି ତାଙ୍କ କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି। ଯୋଗଦାନ ପରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସାକ୍ଷାତ କରି ସେ ସୁଶାସନ ଓ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ନିଜର ପ୍ରତିଶ୍ରୁତି ବ୍ୟକ୍ତ କରିଛନ୍ତି। ୨୦୨୨ ମସିହାରେ UPSC ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୩୦ ନମ୍ବର ସ୍ଥାନ ହାସଲ କରିଥିବା ପ୍ରେକ୍ଷା ଅଗ୍ରୱାଲ ଦ୍ୱିତୀୟ ପର୍ଯ୍ୟାୟ ତାଲିମ ସମାପ୍ତ କରି ସମ୍ପ୍ରତି ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି। ସେ ୨୦୧୮ ମସିହାରେ ଭୋପାଳସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଲେକ୍ଟ୍ରୋନିକ୍ସ ଓ କମ୍ୟୁନିକେସନ୍ ଇଞ୍ଜିନିୟରିଂରେ ବି.ଟେକ୍ ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ଏହି ନିଯୁକ୍ତି ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଆଶା ଓ ଉତ୍ସାହ ସୃଷ୍ଟି କରିଛି। ସୁଶାସନ ଓ ଅଞ୍ଚଳର ବିକାଶ ପାଇଁ ତାଙ୍କର ନେତୃତ୍ୱ ଏକ ନୂତନ ଦିଗ ଆଣିବ ବୋଲି ଆଶା କରାଯାଉଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ଧର୍ମଗଡ଼ରେ ନୂତନ ଉପଜିଲ୍ଲାପାଳ ଭାବେ ପ୍ରେକ୍ଷା ଅଗ୍ରୱାଲଙ୍କ ଯୋଗଦାନ”
Comments are closed.