
ଧର୍ମଗଡ଼( ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଛେଣ୍ଡିଆ ଗ୍ରାମ ପଞ୍ଚାୟତର ଥନଟ ଗ୍ରାମରୁ କେବିଡ଼ି ଗୋଡ଼ଭଞ୍ଜା ପର୍ଯ୍ୟନ୍ତ ପିଚୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦୀର୍ଘ ଦିନ ଧରି ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, କିନ୍ତୁ କୌଣସି ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଏହି ରାସ୍ତାର ଦୁର୍ବସ୍ଥା ସମ୍ପର୍କରେ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଧର୍ମଗଡ଼ ଉପଜିଲ୍ଲାପାଳ, ଧର୍ମଗଡ଼ ବିଧାୟକ ଓ ବିଡ଼ିଓଙ୍କୁ ଦାବିପତ୍ର ଦେଇ ଅବଗତ କରାଇଥିଲେ। ଏହି ରାସ୍ତାର ମରାମତି କିମ୍ବା ଉନ୍ନତିକରଣ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ସତ୍ତ୍ୱେ, କୌଣସି ଦୃଶ୍ୟମାନ ଉନ୍ନତି ହୋଇନାହିଁ। ଗ୍ରାମବାସୀଙ୍କ ଅନୁରୋଧ ପରେ ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ଗ୍ରହଣ କରି କେବିଡ଼ିରୁ ଗୋଡ଼ଭଞ୍ଜା ପର୍ଯ୍ୟନ୍ତ ଥନଟ ଗ୍ରାମ ଦେଇ ଯାଉଥିବା ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧ୍ୟକ୍ଷକ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଥନଟ ଗ୍ରାମବାସୀଙ୍କ ମନରେ ଆନନ୍ଦର ଲହରୀ ସୃଷ୍ଟି କରିଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
12 thoughts on “ଥନଟ ଗ୍ରାମରୁ କେବିଡ଼ି-ଗୋଡ଼ଭଞ୍ଜା ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ତ୍ୱରିତ ପଦକ୍ଷେପ”
Comments are closed.