
ଧର୍ମଗଡ (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୁଆଁଖାଇ ଭାଦ୍ରବ ମାସ ପଞ୍ଚମୀ ତିଥି ରେ ପାଳନ କରୁଥିବା ବେଳେ ଅଲେଖ ମହିମା ଧର୍ମୀ ମାନେ ରାକ୍ଷୀ ପୂର୍ଣ୍ଣିମା ଦିନ ନୁଆଁଖାଇ ପର୍ବ ପାଳନ କରିଥାନ୍ତି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧର୍ମଗଡ଼ ବ୍ଲକ, ଜୟନ୍ତପୁର ସ୍ଥିତ ଅଲେଖ ମହିମା ମଠରେ ଶ୍ରାବଣ ପୂର୍ଣ୍ଣିମା ତଥା ସାମୁହିକ ନବାନ୍ନ ଭକ୍ଷଣ ପର୍ବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଏହି ଶ୍ରାବଣ ପୂର୍ଣ୍ଣିମା ତଥା ସାମୁହିକ ନବାନ୍ନ ଭକ୍ଷଣ ପର୍ବରେ ଜୟନ୍ତପୁର ତଥା ଅଞ୍ଚଳର ଶତାଧିକ ଅଲେଖ ମହିମା ଧର୍ମା ବଲମ୍ବୀ ଭକ୍ତମାନେ ଯୋଗଦାନ କରିଥିଲେ।ଶୁକ୍ରବାର ରାତିରେ ପୂଜ୍ୟ ସାଧୁ ହର ବାବା ଏବଂ ସାଥୀ ବାବାଙ୍କ ଦ୍ଵାରା ଅଖଣ୍ଡ ବ୍ରହ୍ମ ଧୁନି ପ୍ରଜ୍ବଳନ ହେଲା ପରେ ସମସ୍ତ ଭକ୍ତବୃନ୍ଦ ପ୍ରଭୁଙ୍କ ନାମ ସ୍ମରଣ, ଭଜନ, କୀର୍ତ୍ତନ କରିବା ସହ ପ୍ରଭୁଙ୍କର ଆଶୀର୍ବାଦ କାମନା କରିଥିଲେ। ଶନିବାର ସକାଳେ ବ୍ରହ୍ମ ମୁହୂର୍ତରେ ଅଲେଖ ମହିମା ପ୍ରଭୁଙ୍କୁ ପଣାପାଣି ଅର୍ପଣ କରି ସମସ୍ତ ଅଲେଖ ମହିମା ଭକ୍ତମାନେ ପୂଜ୍ୟ ସାଧୁ ହର ବାବାଙ୍କ ହସ୍ତରୁ ନବାନ୍ନ ପ୍ରସାଦ ଗ୍ରହଣ କରି ସାମୁହିକ ନବାନ୍ନ ଭକ୍ଷଣ କରିଥିଲେ। ଏହି ଅବସରରେ ଅଲେଖ ମହିମା ମନ୍ଦିର ପରିଚାଳନା କମିଟି ଗଠନ କରାଯାଇଥିଲା। ସର୍ବ ସମ୍ମତି କ୍ରମେ ବଡଭାଇ ଭାବେ ହରିପ୍ରକାଶ ଭକ୍ତ, ଅଧିକାରୀ ଭାବେ ଧର୍ମାନନ୍ଦ ଭକ୍ତ, ଟହଳିଆ ଭାବେ ଈଶ୍ୱର ଭକ୍ତ, ସଭାପତି ଭାବରେ ଦିଗାମ୍ବର ଭକ୍ତ, ସାଧାରଣ ସମ୍ପାଦକ-ଭାବେ ପବିତ୍ର ଭକ୍ତ, ସମ୍ପାଦକ ଭାବରେ ରୁପେନ୍ଦ୍ର ଭକ୍ତଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା।ପାଳିତ ହୋଇଥିବା ଏହି ଶ୍ରାବଣ ପୂର୍ଣ୍ଣିମା ତଥା ସାମୁହିକ ନବାନ୍ନ ଭକ୍ଷଣ ପର୍ବରେ ଜୟନ୍ତପୁର ସମେତ ଦଣ୍ଡପାଟ, ଦେଭୋଗ, ପାନାବେଡା, କୋକସରା ଅଂଚଳ ର ଶତାଧିକ ଭକ୍ତ ମାନେ ଯୋଗ ଦେଇଥିଲେ ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ଜୟନ୍ତପୁର ରେ ଅଲେଖ ମହିମା ଧର୍ମାବଲମ୍ବୀ ଙ୍କ ନୁଆଁଖାଇ ପର୍ବ”
Comments are closed.