
ଧର୍ମଗଡ:(ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ନେତୃତ୍ୱରେ ସୋମବାର ଚହକା ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୪୧ ଅଭିଯୋଗରୁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରେ ସାମିଲ କରି ୩୧ ଟି ସମସ୍ୟାର ତୁରନ୍ତ ସମାଧାନ ହୋଇଥିଲା । ରାଜ୍ୟ ତଥା ମୋହନ ସରକାର ଓ କେନ୍ଦ୍ର ତଥା ମୋଦି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ର ସୁବିଧା ପ୍ରତି ଗାଁ ଗାଁ ବସ୍ତି ପଡା ପଡା ରେ ପହଞ୍ଚାଇବା ଆମ ପ୍ରଶାସନ ର ଉଦ୍ଦେଶ୍ୟ ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ,ବିଡ଼ିଓ ତ୍ରିପୁରା ମହାନନ୍ଦ,ତହସିଲଦାର ଚନ୍ଦନ କୁମାର ନାଏକ, ଏବିଇଓ ଲିନା ଦାଶ,ସରପଞ୍ଚ ହେମବନ୍ତି ତାଣ୍ଡି , ସାମାଜିକ ସୁରକ୍ଷା ବିଭାଗ ଚନ୍ଦନ ବିହାରୀ,ଗ୍ରାମୀଣ ଗୃହ ଯୋଜନାର ବିପିସି ମଧୁ ସାହୁ,ରାଜସ୍ବ ନିରୀକ୍ଷକ ପଟ୍ଟଯୋଶୀ ବାବୁ, ଯୋଗାଣ ବିଭାଗ ରୁ ରୁପେଶ ବେମାଲ, ଏପିଓ କ୍ଷେତ୍ର ମୋହନ ମାଝୀ,ପାନୀୟ ଜଳ ବିଭାଗ ରୁ ସୁବାସ ପଣ୍ଡା ଏସବିଏମ ବିଭାଗ ରୁ ନିତ୍ୟା ତାଣ୍ଡି, ବ୍ଲକ କୃଷି ଅଧିକାରୀ ନାଉକେଶ୍ୱର ନାଗ,ପିଇଓ ଗିରିଶ ଚନ୍ଦ୍ର ଶବର,ଏଡିଇଓ ସୂର୍ଯ୍ୟ ବାଗ ସମେତ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ଓ ଚହକା ପଞ୍ଚାୟତର ଅନେକ ଜନସାଧାରଣ ଉପସ୍ଥିତ ଥିଲେ ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡିଆ
13 thoughts on “ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଓ ତାର ସମାଧାନ ଶିବିର ଅନୁଷ୍ଠିତ ।”
Comments are closed.