
କଳମପୁର (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର କଳମପୁର ଆମୋହମଣୀ ଉଚ୍ଚ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଫେଡେରେସନ୍ (ଏଆଇଏସଏଫ)ର ୯୦ତମ ପ୍ରତିଷ୍ଠା ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଏଆଇଏସଏଫ କଳାହାଣ୍ଡିର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ସଂଜୀବ କୁମାର ଦାସ ଯୋଗ ଦେଇ ସଂଗଠନର ଐତିହାସିକ ଯାତ୍ରା ଓ ଛାତ୍ର ଆନ୍ଦୋଳନରେ ଏହାର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ତାଙ୍କ ବକ୍ତବ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇଥିଲା। କାର୍ଯ୍ୟକ୍ରମରେ ରଚନା ଲେଖନ, ବକ୍ତୃତା, ସାଧାରଣ ଜ୍ଞାନ ଓ ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଜୟୀମାନଙ୍କ ମଧ୍ୟରେ ରଚନା ଲେଖନରେ ଜୀତ ନାଏକ (୧ମ), ଟୁକୁରାମ ବାଗ (୨ୟ) ଓ ପର୍ଶୁରାମ ନାଏକ (୩ୟ); ବକ୍ତୃତାରେ ରଘୁନାଥ କାଣ୍ଡ (୧ମ), ଉତ୍କଳ ହରିଜନ (୨ୟ) ଓ ତରୁଣୀ ରଣା (୩ୟ); ସାଧାରଣ ଜ୍ଞାନରେ ତିଲୋତମା ବେହେରା (୧ମ), ଜୀତ ନାଏକ (୨ୟ) ଓ ଭାରତୀ ନାଏକ (୩ୟ); ଏବଂ ଗୀତ ପ୍ରତିଯୋଗିତାରେ କୌଶଲ୍ୟା ଶବର (୧ମ), ଟଗରସେନ ନାଏକ (୨ୟ) ଓ ପିଙ୍କି ପୁଝାରୀ (୩ୟ) ସ୍ଥାନ ଅଧିକାର କରିଥିଲେ। ଏହି ଅନୁଷ୍ଠାନରେ ମହାବିଦ୍ୟାଳୟର ଅଧ୍ୟାପକମାନଙ୍କ ସହିତ ଏଆଇଏସଏଫ କଳାହାଣ୍ଡିର ଜିଲ୍ଲା ସଭାପତି ରାଜାରାମ ଡଙ୍ଗରି, ସହ-ସମ୍ପାଦକ ଡୋଲେଶ୍ୱର ଖମାରୀ, ଉପସଭାପତି ଲିଙ୍କନ ବାଗ, କାଉନସିଲ ସଦସ୍ୟ ନରେନ୍ଦ୍ର ନାଏକ ଓ ତ୍ରିଦେବ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏହି ପ୍ରତିଷ୍ଠା ଦିବସ ଉତ୍ସବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ସଚେତନତା ଓ ସଂଗଠନ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
13 thoughts on “କଳମପୁରରେ ଏଆଇଏସଏଫର ୯୦ତମ ପ୍ରତିଷ୍ଠା ଦିବସ ଉତ୍ସାହମୟ ପାଳନ”
Comments are closed.