
ଖଣ୍ଡପଡା ( ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡା ବ୍ଲକ କୁମ୍ଭାରପଡା ବଡ଼ସାହି ଗାନ୍ଧୀ ଛକ ର ଗାନ୍ଧୀ ମଣ୍ଡପ ଏବେ ଅବହେଳିତ ଅବସ୍ଥାରେ ପଡ଼ିରହିଛି । ଜାତିର ପିତା ମହାତ୍ମା ଗାନ୍ଧୀ ଯିଏ ଅହିଂସା ବଳରେ ଦେଶକୁ ସ୍ବାଧୀନ କରି ଆଜି ବି ପ୍ରତିଟି ଭାରତୀୟଙ୍କ ହୃଦୟରେ ବସା ବାନ୍ଧି ରହିଛନ୍ତି । ମରି ବି ସେ ଆଜି ଅମର ହୋଇ ଅଛନ୍ତି । କିନ୍ତୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅବହେଳିତ, ଅସୁରକ୍ଷିତ ଅବସ୍ଥାରେ ପଡ଼ି ରହିଛି । କେବଳ ସ୍ବାଧିନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳନରେ ପ୍ରଶାସନିକ ଅଧିକାରୀ ମାନେ ପ୍ରତିମୂର୍ତ୍ତିରେ ଫୁଲମାଳ ଗଳାଇ ଫଟୋ ଉଠେଇ ବାହାବା ନେବା ପରେ ବର୍ଷ ସାରା ଭୂଲି ଯାଉଛନ୍ତି ଏହି ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି କୁ । ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ କେହି ଏହି ଗାନ୍ଧୀ ମଣ୍ଡପର ଉନ୍ନତି ପାଇଁ ଚେଷ୍ଟା କରୁ ନାହାନ୍ତି । ସତେ ଯେମିତି ଅଲୋଡା ହୋଇପଡିଛି ଏହି ଗାନ୍ଧୀ ମଣ୍ଡପ । ଏପରିକି ମଣ୍ଡପର ର ଚାରିପାଖରେ ଅନାମନା ଘାସରେ ପୂର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି।ଯେପରିକି ମନେହେଉଛି ସୁରକ୍ଷା ଖୋଜୁଛନ୍ତି ଗାନ୍ଧୀ।ଗାଈ ଗୋରୁ, ବିଲେଇ,କୁକୁର, ଙ୍କର ଆଡାସ୍ଥଳୀ ପାଲଟିଛି । ସ୍ଥାନୀୟ ପ୍ରଶାସନ ଓ ବ୍ଲକ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ
13 thoughts on “ଅବହେଳିତ ଅବସ୍ଥାରେ ଗାନ୍ଧୀ ଛକର ଗାନ୍ଧୀ।”
Comments are closed.