
କଲମପୁର (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ହର ଘର ତ୍ରିରଙ୍ଗା,ହର ଘର ସ୍ଵଚ୍ଛତା କୁ ନେଇ ସରକାର ଦେଶ ରାଜ୍ୟସାରା ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି, ବିଡିଓ ବିଜୟ ମାଣ୍ଡାଙ୍ଗିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆଜି କଲମପୁରରେ ମଧ୍ୟ ଏହି କାର୍ଯ୍ୟକ୍ରମ ମହା ସମାରୋହରେ ଆୟୋଜିତ ହୋଇଯାଇଛି, ବ୍ଲକ ପରିସରରୁ ବ୍ଲକ ଅଧ୍ୟକ୍ଷା ଜ୍ୟୋତି ନାଏକଙ୍କ ନେତୃତ୍ୱରେ ସମସ୍ତ ସମିତି ସଦସ୍ୟ, ସରପଞ୍ଚ, ବିଭାଗୀୟ ଅଧିକାରୀ, ମିଶନ ଶକ୍ତି ସଦସ୍ୟା ଓ ଭାରତୀୟ ଜନତା ପାର୍ଟିର ସଦସ୍ୟ ମାନେ ବାହାରି କଲମପୁର ବସ୍ତି ନିକଟରେ ପହଞ୍ଚି ଥିଲେ, ଏପଟେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଓ ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସମେତ ସମସ୍ତ ଛାତ୍ରଛାତ୍ରୀ ଆସି ପହଞ୍ଚିଥିଲେ, କେନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରୁ ବାହାରି ସମସ୍ତେ ଏକଜୁଟ ଭାବେ ନଗର ପରିକ୍ରମା କରିଥିଲେ, ସମସ୍ତେ ବିଭିନ୍ନ ପ୍ରକାରର ନାରା ଦେଇ ଏକା ବିଶାଳକାୟ ତ୍ରିରଙ୍ଗା ଧରି ଶୋଭାଯାତ୍ରା କରିଥିଲେ, ତ୍ରିରଙ୍ଗାମୟ ହୋଇ ଉଠିଥିଲା କଲମପୁରର ସମଗ୍ର ଅଞ୍ଚଳ, ଏହି କାର୍ଯ୍ୟକ୍ରମ ଠିକ ୧୨ଟାରେ ଆୟୋଜିତ ହୋଇଥିଲା, ଏହି ସମୟରେ ବର୍ଷା ପ୍ରବଳ ବର୍ଷିଥିଲା, ଛାତ୍ରଛାତ୍ରୀ ମାନେ ସମସ୍ତେ ଭିଜି ଭିଜି ନଗର ପରିକ୍ରମା କରିଥିଲେ, କେତେକ ବିଶାଳକାୟ ତ୍ରିରଙ୍ଗା ତଳେ ମୁଣ୍ଡ ଗୁଞ୍ଜି ବର୍ଷା ଦାଉରୁ ରକ୍ଷା ପାଇବାକୁ ଚେଷ୍ଟା କରିଥିଲେ, କୌଣସି ମତେ ବ୍ଲକ ପରିସରକୁ ପହଞ୍ଚି କାର୍ଯ୍ୟକ୍ରମ ସମାପନ କରିଥିଲେ ।
ସ୍ବତନ୍ତ୍ର ଖବର – ସୁରେନ୍ଦ୍ର ନାଏକ
13 thoughts on “କଲମପୁରରେ ହରଘର ତ୍ରିରଙ୍ଗା ଯାତ୍ରା”
Comments are closed.