
ଧର୍ମଗଡ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଆଜି ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ଧର୍ମଗଡ଼ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି।ଏହି ଆବସରରେ କୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସୁରେନ୍ଦ୍ର ମୋହନ ପଣ୍ଡା, ବିଶ୍ୱହିନ୍ଦୁ ପରିଷଦ ମଣ୍ଡଳ ସଭାପତି, ବିଦ୍ୟାଳୟର ପରିଚାଳନା ସମିତି ସଭାପତି ଶ୍ରୀଯୁକ୍ତ ସୁନୀଲ କୁମାର ପାତ୍ର, ସମ୍ପାଦକ ଶ୍ରୀଯୁକ୍ତ ସାଇଗୋପାଳ ସାହୁ, ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ କୁଞ୍ଜବିହାରୀ ଦାଶ ମଞ୍ଚାସିନ ଥିଲେ।ଶେଷରେ ସମସ୍ତ ପ୍ରତିଭାଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଉକ୍ତ କାଯ୍ୟକ୍ରମକୁ ଶ୍ରୀ ରୋହିତାଶ୍ୱ ଯୋଷୀ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ସାହାଯ୍ୟ କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ
13 thoughts on “ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ”
Comments are closed.