
କଲମପୁର (ସତ୍ୟଯୁଗ ମିଡିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): କଳାହାଣ୍ଡି ଜିଲ୍ଲାର କଲମପୁର ବ୍ଲକ ଅନ୍ତର୍ଗତ କୋଟାଗାଁ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୭୯ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଆନନ୍ଦ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଗ୍ରାମପଞ୍ଚାୟତର ସରପଞ୍ଚ ଚନ୍ଦନ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମସ୍ତଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଯାଜ୍ନସେନି ବାଗ, କପିଲ ନାଏକ, ଏଡିଇଓ ଦେବାଶିଷ ଦୁର୍ଗା, ସମସ୍ତ ୱାର୍ଡ ମେମ୍ବର, ଗାଁ ସାଥୀ, କୃଷକ ସାଥୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ, ଏମ୍ବିକେ, ସିଆରପି, ଇସି ମା’ମାନେ ଏବଂ ସମାଜସେବୀ ସସ୍ମିତା ବାବୁ, ମାଧବ ସୁନାନୀ, ରଙ୍ଗେଲାଲ ଦୀପ, ତ୍ରିଲୋଚନ ପାଲ, ସମିର କୁମାର ପଣ୍ଡା, ଅର୍ଜୁନ ଦୀପ ପ୍ରମୁଖ ଉପସ୍ଥିତ ଥିଲେ। ସମାଜସେବୀ କୁନ୍ତଭଟ୍ଟ ମାଝୀଙ୍କର ହୃଦୟସ୍ପର୍ଶୀ ସମ୍ଭାଷଣ ସମସ୍ତଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିଥିଲା। ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ସମାଜରେ ଏକତା ଓ ସମୃଦ୍ଧି ପାଇଁ ସମସ୍ତଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ। ଶେଷରେ ହରିଶଙ୍କର ଦୀପ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପନ କରିଥିଲେ। ଏହି ସରଳ ମାତ୍ର ଆବେଗପୂର୍ଣ୍ଣ କାର୍ଯ୍ୟକ୍ରମ ଉପସ୍ଥିତ ସମସ୍ତଙ୍କ ହୃଦୟରେ ଦେଶପ୍ରେମ ଓ ସମାଜ ପ୍ରତି ଦାୟିତ୍ୱବୋଧର ଏକ ଅନୁପ୍ରେରଣା ସୃଷ୍ଟି କରିଥିଲା।
ବ୍ୟୁରୋ ରିପୋର୍ଟ -ସତ୍ୟଯୁଗ ମିଡ଼ିଆ
13 thoughts on “କୋଟାଗାଁରେ ଗ୍ରାମପଞ୍ଚାୟତରେ ପାଳିତ ହେଲା ୭୯ତମ ସ୍ୱାଧୀନତା ଦିବସ”
Comments are closed.