
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): ଆଜି କଦଳୀମୁଣ୍ଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। କେଶରାମ ନାଏକଙ୍କ କନିଷ୍ଠ ଝିଅ ସାବେଶ ନାଏକ (୨୦) ନିଜ ପୋଷାକକୁ ଇସ୍ତ୍ରୀ କରୁଥିବା ବେଳେ ହଠାତ୍ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଛନ୍ତି। ତାଙ୍କୁ ପର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଧର୍ମଗଡ଼ ଥାନାରେ ଏତଲା ଦାଖଲ ପରେ ଶବ ବ୍ୟବଛେଦ ପାଇଁ ଧର୍ମଗଡ଼ ହସ୍ପିଟାଲକୁ ପଠାଯାଇଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ