
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ନେଇ ଚିକିତ୍ସା ସହାୟକ ଶିବିର ଅନୁଷ୍ଠିତ ହୋଇଥିଲା। ପରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ଦିବ୍ୟାଙ୍ଗ ଉପକରଣ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀ ରାଜେଶ ନାୟକ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲବଣି ନାଏକ, ସମ୍ମାନିତ ଅତିଥି ଭାବରେ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥାଇ ଉପକରଣ ବଣ୍ଟନ କରିଥିଲେ। ଏଥିରେ ଦୁଇ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କୁ ଟ୍ରାଇସାଇକେଲ, ୩ ଜଣଙ୍କୁ ଶ୍ରବଣ ଯନ୍ତ୍ର, ପାଞ୍ଚ ଟି ହୁଇଲ ଚେୟାର, ୬ ଟି ସି.ପି.ଚେୟାର, ୩ ଟି ସୁଗମ କେନ, ୨ ଟି ରୋଳାଟର, ଏବଂ କ୍ଲଚର ପ୍ରଦାନ କରାଯାଇଥିଲା।ଭୁବନେଶ୍ୱରରୁ ଆସିଥିବା ଆଲିମକୋ ର ଡାକ୍ତର ସତ୍ୟବ୍ରତ ଗିରି, ଡାକ୍ତର ମନୋଜ କୁମାର ସେଠୀ, ଡାକ୍ତର ଆଲୋକ କୁମାର ସାହୁ ପ୍ରମୁଖ ବିଭିନ୍ନ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କୁ ଚିକିତ୍ସା କରିଥିଲେ ।ଏହି ଚିକିତ୍ସା ସହାୟକ ଶିବିର ଓ ଉପକରଣ ବଣ୍ଟନ କାର୍ଯ୍ୟକ୍ରମକୁ ଶିବ ପ୍ରସାଦ ତ୍ରିପାଠୀ ଏବଂ ଅବନୀ କୁମାର ପ୍ରଧାନୀ ପରିଚାଳନା କରିଥିଲେ ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ