
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଏନଏସି ଓ୍ଵାର୍ଡ ନମ୍ବର-୧ ଅନ୍ତର୍ଗତ ଭୀମଖୋଜପଡ଼ାରେ ଭାଦ୍ରବ ମାସର ଦ୍ୱିତୀୟ ରବିବାର ଦିନ ମା’ ଖୁଦୁରୁକୁଣୀଙ୍କ ଓଷା ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ପୂଜାରେ ଭଉଣୀମାନେ ନିଜ ଭାଇମାନଙ୍କର ମଙ୍ଗଳ କାମନା କରି ମା’ଙ୍କୁ ପୂଜା କରିଥିଲେ। ନଡ଼ିଆ, କଦଳୀ, ଫଳମୂଳ ଆଦି ସହିତ ଧୁମଧାମରେ ପୂଜା ସମ୍ପନ୍ନ ହୋଇଥିଲା। ଆଲୋକମାଳାରେ ଝଳସୁଥିବା ମା’ ଖୁଦୁରୁକୁଣୀଙ୍କ ଓଷା ପୂଜା ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା। ଏହି ପୂଜାରେ କ୍ଷିତି ସୁତା ଦାସ, ଶିବାନୀ ଦାସ, ଉଜାଲୀ ଦାସ, ଶ୍ରାବଣୀ ଦାସ, ମନୀଷା ଦାସ, ବର୍ଷା ଦାସ, ମଞ୍ଜୁଳି ମାଝୀ, ଜ୍ୟୋତି ସାହୁ, ମୋନାଲି ଦାସ, ଚୀନମୟୀ ଦାସ ଏବଂ ସନ୍ଧ୍ୟାରାଣୀ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ