
କଲମପୁର (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି l ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ପହଞ୍ଚି ପ୍ରଥମେ କଲମପୁର ମୋଦିନୀକା ଦେବୀ +୩ ଡିଗ୍ରୀ କଲେଜ ରେ ଆକାଂକ୍ଷା କାର୍ଯ୍ୟକ୍ରମ ହେବାକୁ ଥିବା ସ୍ଥାନ ପରିଦର୍ଶନ କରିଥିଲେ ଏବଂ ପରେ କଲମପୁର ରେ ନବ ନିର୍ମିତ ହେଉଥିବା ଶହେ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କାର୍ଯ୍ୟ ପରିଦର୍ଶନ କରିଥିଲେ l ପରେ ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ବ୍ୟକ୍ତିଗତ ୨୬ ଏବଂ ସାମୂହିକ ୧୬ ଗୋଟି ମୋଟ ୪୨ ଗୋଟି ଆପତ୍ତି ଅଭିଯୋଗ ଶୁଣିଥିଲେ l ମିନଗୁର ପଞ୍ଚାୟତର ୪ ଜଣକୁ ଭତ୍ତା ପ୍ରଦାନ କରାଯାଇଥିଲା ଏବଂ ମଣ୍ଡଳ ପଞ୍ଚାୟତର ଗଜାନନ ବାଗ କୁ ହୁଇଲ ଚେୟାର ପ୍ରଦାନ କରାଯାଇ ଥିଲା l ପରେ ଆନ୍ତ ରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ରଥ ଜିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଜିଲ୍ଲାପାଳଙ୍କ ସମେତ ଶିବିରରେ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ, ଆରକ୍ଷୀ ଅଧୀକ୍ଷକ ନାଗରlଜ ଦେବରକୁଣ୍ଡା, ଉପ -ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାୟକ , ସମିତି ଅଧ୍ୟକ୍ଷା ଜ୍ୟୋତି ନାଏକ, ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ବିଡ଼ିଓ ବିଜୟ କୁମାର ମାଡାଙ୍ଗୀ, ତହସିଲଦାର ସ୍ମରଣିକା ତୁଳ ତଥା ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଏବଂ ବ୍ଲକ ଅଧିକାରୀ ସମୂହ ଉପସ୍ଥିତ ରହିଥିଲେ l ସୋମବାର ସକାଳୁ ବର୍ଷା ଲାଗିରହିଥିବା କାରଣରୁ ଅଭିଯୋଗ କାରି ମାନେ ବହୁ ପରିମାଣରେ ଶିବିରରେ ଆସିପାରିନଥିଲେ l
ସ୍ବତନ୍ତ୍ର ଖବର ଗଣେଶ ରାମ ବାଗ