
କଲମପୁର (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଞ୍ଚଳର ଚାଷୀ ଓ ବ୍ୟାଙ୍କ ଗ୍ରାହକ ମାନଙ୍କ ଚାହିଦା ମୁତାବକ ଭବାନୀପାଟଣା କେନ୍ଦ୍ର ସମବାୟ ବ୍ୟାଙ୍କର ଏକ ଶାଖା କଲମପୁର ଠାରେ ତାର ସେବା ଦୀର୍ଘ ଦିନରୁ ଯୋଗାଇ ଆସୁଛି। ନିଜସ୍ଵ କାର୍ଯ୍ୟାଳୟ ନ ଥିବାବେଳେ ଏକ ଗୃହ ମାଲିକଙ୍କ ଭଡ଼ା ଘରେ ଏହି ବ୍ୟାଙ୍କ କାର୍ଯ୍ୟ ଜାରି ରହିଥିଲା । ସେହି ଭଡ଼ା ଘରେ ସ୍ଥାନର ଅଭାବ ହେଉଥିବାରୁ ବ୍ୟାଙ୍କ କର୍ମଚାରୀ ଗ୍ରାହକଙ୍କୁ ସେବା ଦେବାରେ ଅସୁବିଧା ସୃଷ୍ଟି ହେଉଥିଲା।ଏନେଇ ଭବାନୀପାଟଣା ସମବାୟ ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରାଙ୍କ ପ୍ରଚେଷ୍ଟାରେ ଅନ୍ୟ ଜଣେ ମାଲିକଙ୍କ ଘରକୁ ବ୍ୟାଙ୍କ କାର୍ଯ୍ୟାଳୟ ନିର୍ମାଣ କରି ଭଡ଼ା ସୂତ୍ରରେ ପ୍ରଦାନ କରିଛନ୍ତି।ବୁଧବାର ଏହାର ଶୁଭ ଉଦଘାଟନ ହୋଇ ଯାଇଛି।ଏଥିରେ ସଭାପତି ଶ୍ରୀ ବେହେରାଙ୍କ ଉପସ୍ଥିତିରେ ଧର୍ମଗଡ ବିଧାୟକ ସୁଧିର ରଞ୍ଜନ ପାଟ୍ଟଯୋଶୀ, ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼,ବ୍ୟାଙ୍କ ସମ୍ପାଦିକା ବନଲତା ଧଳ, ଉପନିବନ୍ଧକ ସମବାୟ ସମିତି ସମୂହ ସ୍ୱରୂପ କୁମାର କର,ନିର୍ଦ୍ଦେଶିକା ମନିଷା ସାହୁ ପ୍ରମୁଖ ଯୋଗଦେଇ ପୂଜାର୍ଚ୍ଚନା ପୂର୍ବକ ଶୁଭାରମ୍ଭ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କଲମପୁର ସମବାୟ ସମିତି ସଭାପତି ଶଙ୍କର୍ଷଣ ବେହେରା,ମଣ୍ଡଳ ସଭାପତି ମହେନ୍ଦ୍ର ଯୋଶୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ମହେନ୍ଦ୍ର ସାହୁ,ବ୍ୟାଙ୍କ ମ୍ୟାନେଜର ଅନମୋଲ ଖୁଜୁର,କର୍ମଚାରୀ ଜ୍ୟୋତିବ୍ରତ ମିଶ୍ର, ଅକ୍ଷୟ ନାଗ, ପ୍ରତୀକ୍ଷା ମିଶ୍ର, ଏ ଜି ଏମ ବିଶ୍ବରଂଜନ ସାହୁ, ପୀତବାସ ସାହୁ,ଅବସର ପ୍ରାପ୍ତ ଶାଖା ପରିଚାଳକ ସୁବାଷ ପଣ୍ଡା,ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସୁଧାଂଶୁ ମିଶ୍ର,ଘନଶ୍ୟାମ ନାଏକ, ବ୍ଲକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା,ବିଧାୟକ ପ୍ରତିନିଧି ହିମାଂଶୁ ପଣ୍ଡା, ସୁଶାନ୍ତ ରାଉତ,ବିଜୟ ପଣ୍ଡାଙ୍କ ସମେତ ବଡକୁଟୃ କାର୍ଯ୍ୟ ନିର୍ବାହୀ ଅଧିକାରୀ ଷଷ୍ଠୀ ପ୍ରସାଦ ସୁନାନୀ, ମଣ୍ଡଳ କାର୍ଯ୍ୟନିର୍ବାହୀ ଅଧିକାରୀ ନବୀନ ନାଗ ,କଲମପୁର କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷେତ୍ର ମୋହନ ବାଗଙ୍କ ସମେତ ସମସ୍ତ ପ୍ୟାକ୍ସର ନିର୍ଦେଶକ ମାନେ ଉପସ୍ଥିତ ରହିଥିଲେ।ବିଧାୟକଙ୍କ ଯୋଗଦାନ ସହିତ କର୍ମୀ ମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ। ଶୁଭାରମ୍ଭ ପରେ ବ୍ୟାଙ୍କ ସେବାକାର୍ଯ୍ୟ ଆରମ୍ଭ ହୋଇଛି , ସୂଚନା ଯେ ଏହି ନୂତନ କାର୍ଯ୍ୟାଳୟ ଏପରି ନବକଳେବର ହୋଇଛି ଯେ ଏଠାରେ ସାଜସଜ୍ଜାର କୌଣସି ଖୁଣ ବାରି ହୋଇ ପାରୁନାହିଁ। ସ୍ବତନ୍ତ୍ର ଖବର -ସୁରେନ୍ଦ୍ର ନାଏକ