
ଖଣ୍ଡପଡା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବିଭିନ୍ନ ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ କଲେଜଗୁଡିକରେ ୨୦୦୮ ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତିଙ୍କୁ ସରକାରୀ ଅନୁଦାନ ଭୁକ୍ତ କରିବାଲାଗି ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ ବାରମ୍ବାର ଦାବି ଉପସ୍ଥାପନା କରି ଆସୁଛନ୍ତି। ମାତ୍ର ସରକାର ସେମାନଙ୍କ ଦାବିପ୍ରତି କର୍ଣ୍ଣପାତ ନକରିବା କାରଣରୁ ସୋମବାର ଠାରୁ ସାରା ରାଜ୍ୟରେ କଲେଜ ପରିସରରେ ଶାନ୍ତପୂର୍ଣ୍ଣ ଧାରଣା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଖଣ୍ଡପଡା ବ୍ଲକ କୁମ୍ଭାରପଡା ସ୍ଥିତ ଶ୍ରୀ ଶ୍ରୀ ଲଡ଼ୁକେଶ୍ୱର ଜୀଉ କଲେଜ ପରିସରରେ ଅଧ୍ୟାପକ,ଅଧ୍ୟାପିକା ମାନେ କାର୍ଯ୍ୟବନ୍ଦ କରି କଲେଜ ସମ୍ମୁଖରେ ଆନ୍ଦୋଳନଜାରି ରଖିଛନ୍ତି। ସେମାନଙ୍କ ଦାବି ହେଉଛି ସରକାର ତୁରନ୍ତ ସେମାନଙ୍କୁ ଅନୁଦାନ ପରିସରର୍ଭୁକ୍ତ କରିବାର ନୀତିଗତ ନିଷ୍ପତି ନିଅନ୍ତୁ ନଚେତ କୌଣସି ଅପ୍ରୀତିକାର ପରିସ୍ଥିତି ଲାଗି ସରକାର ଦାୟୀ ରହିବେ ବୋଲି ଅଧ୍ୟାପକ ଗୁଣନିଧି ଦାଶ ଓ ଦୈତାରୀ ପଣ୍ଡା କହିଛନ୍ତି।
ନୟାଗଡରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ।