
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ସମଗ୍ର ଶିକ୍ଷା ଅଭିଯାନର ନିର୍ଦ୍ଦେଶକ୍ରମେ ଖଣ୍ଡପଡ଼ା ମହିଳା ମହାବିଦ୍ୟାଳୟରେ ନୂତନ କରି ଗଠିତ ‘ପ୍ରହରୀ’ କ୍ଲବ ପକ୍ଷରୁ ନିଶାଦ୍ରବ୍ୟ ସେବନର କୁପ୍ରଭାବ ଓ ଭୟାବହତା ସଂର୍ପକିତ ଏକ ସଚେତନତା କାର୍ଯ୍ଯକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।+୨ର ଅଧ୍ୟକ୍ଷା ସ୍ମିତା ଶେଫାଳି ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଡଃ ପ୍ରଦୀପ କୁମାର ପାଇକରାୟ ଯୋଗ ଦେଇ ନିଶାଦ୍ରବ୍ୟ ସେବନର ଭୟାବହତା ଓ ସମାଜ ଉପରେ ତାହାର କୁପ୍ରଭାବ ସଂର୍ପକରେ ଛାତ୍ରୀମାନଙ୍କୁ ସଚେତନ କରିଥିଲେ। ନିଶାଦ୍ରବ୍ୟକୁ ସଂପୂର୍ଣ୍ଣ ରୁପେ ବାରଣ କରାଗଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ଡଃ ପାଇକରାୟ ମତ ଦେବା ସହ ଛାତ୍ରୀମାନେ ସମାଜର ମଙ୍ଗଳ ନିମନ୍ତେ ଏ ଦିଗରେ ପଥ ପ୍ରଦର୍ଶକ ହୁଅନ୍ତୁ ବୋଲି ପରାମର୍ଶ ଦେଇଥିଲେ। ପ୍ରହରୀ କ୍ଲବର ମୁଖ୍ଯ ଅଧ୍ୟାପିକା ବିଶ୍ବଭାରତୀ ମହାରଣା ସଚେତନତା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ଅନୁଷ୍ଠାନର ସମସ୍ତ ଛାତ୍ରୀମାନଙ୍କ ଗହଣରେ ପ୍ରହରୀ କ୍ଲବର ୨୮ ଜଣ ସଭ୍ଯା କାର୍ଯ୍ଯକ୍ରମରେ ଉପସ୍ଥିତ ରହି ସବିଶେଷ ଜ୍ଞାନ ଆହରଣ କରିଥିଲେ।ଛାତ୍ରୀ ମଧୁସ୍ମିତା ମାଣିଆ ,ଅନ୍ଵେଷା ଷଢଙ୍ଗୀ,ଶ୍ରାବଣୀ ପ୍ରଧାନ ପ୍ରମୁଖ ନିଶାଦ୍ରବ୍ୟର କୁପ୍ରଭାବ ସଂର୍ପକରେ ବକ୍ତବ୍ଯ ରଖିଥିଲେ। ଶେଷରେ ଅଧ୍ୟାପିକା କୃଷ୍ଣପ୍ରିୟା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ