
ଧର୍ମଗଡ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଗୋଲାମୁଣ୍ଡା ସ୍ଥିତ ସର୍ବମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟରେ ପ୍ରଥମ ବର୍ଷରେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅଧ୍ୟକ୍ଷ ଶରତ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଏକ ସ୍ୱାଗତ ସମାରୋହ ଅନୁଷ୍ଠିତ ହୋଇଯାଇଛି | ଏହି ସମାରୋହରେ ଗୋଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରାବସ୍ଥା ହିଁ ସ୍ବପ୍ନ ଦେଖିବା ଓ ସ୍ୱପ୍ନକୁ ସଫଳ ରୂପ ଦେବାର ପ୍ରକୃଷ୍ଟ ସମୟ ବୋଲି ମତପୋଷଣ କରିବା ସହ ନିଜ ଛାତ୍ରାବସ୍ଥାର ଅନୁଭବ ଓ ଅନୁଭୂତି ପ୍ରକାଶ କରିଥିଲେ । ସମାରୋହରେ ମହାବିଦ୍ୟାଳୟର ଉପାଧ୍ୟାକ୍ଷ ନବୀନ ଚନ୍ଦ୍ର ମେହେର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ବିକାଶ ରଞ୍ଜନ ନାଏକ ଛାତ୍ରଛାତ୍ରୀଙ୍କ ବିଷୟ ଚୟନ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ଗୋବିନ୍ଦ ସାହୁ ମଞ୍ଚ ପରିଚାଳନା କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଶିକ୍ଷାନୀତିର ଉପଯୋଗୀତା ଓ କଳାହାଣ୍ଡି ଜିଲ୍ଲା ପ୍ରଶାସନର ନୂତନ ପ୍ରୟାସ ‘ମିଶନ ଆକାଂକ୍ଷା’ ଉପରେ ଆଲୋକପାତ କରିଥିଲେ । ଅଧ୍ୟାପକ ନବକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଫଳତା ପାଇଁ ଅଧ୍ୟାପକ ସଞ୍ଜୟ କୁମାର ପାଇଟଲ, ହରେକୃଷ୍ଣ ମେହେର, ସୁଶୀଳା ରାଉତ, ଝରଣା ମେହେର, ସମା ପର୍ଵିନ, ଲକ୍ଷ୍ମଣ କୁମାର ସାହୁ, ଉଦ୍ଧବ ନାଏକ, ମୁକେଶ କୁମାର ସାହୁ, ଶଙ୍କର ମେହେର, ତପନଜିତ ବାଗ, ଲସବ ସେଠୀଆ, ଫିରୋଜ ରାଉତ, ଦକ୍ଷା ଦେବୀ ସାହୁ,ମୁରଲୀଧର ସାହୁ, ଘେନୁରାମ ମାଝୀ, ପ୍ରେମଲାଲ ନାଏକ, ଗଣପତି ଚଳାନ, ବସବ ସେଠୀଆ, ଜିତେନ୍ଦ୍ର ମହାନନ୍ଦ ପ୍ରମୁଖ ସହଯୋଗ କରିଥିଲେ ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ