
ଭବାନୀପାଟଣା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବାମ ସେଫ୍ କଳାହାଣ୍ଡି ଜିଲ୍ଲା ୟୁନିଟ ପକ୍ଷରୁ ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ପରିନିର୍ବାଣ ପ୍ରାପ୍ତ ପୂର୍ଣ୍ଣକାଳୀନ ପ୍ରଚାରକ ଶ୍ରୀ କେଶବ ଗଉଡଙ୍କ ପତ୍ନୀ ଶ୍ରୀମତୀ ବିଦ୍ୟୁଲତା ଗଉଡଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ସହାୟତା ରାଶି ପ୍ରତିବର୍ଷ ନୂଆଁଖାଇ ସମୟରେ ସଂଗଠନ ପକ୍ଷରୁ ପରିନିର୍ବାଣ ପ୍ରାପ୍ତ କେଶବ ଗଉଡଙ୍କ ସମ୍ମାନାର୍ଥେ ତାଙ୍କ ସ୍ତ୍ରୀଙ୍କୁ ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ନୂଆଁଖାଇ ପୂର୍ବରୁ ଏହି ସହାୟତା ନିଧି ରାଷ୍ଟ୍ରୀୟ ମୂଳନିବାସୀ ବହୁଜନ କର୍ମଚାରୀ ସଂଘ, ଓଡ଼ିଶା ରାଜ୍ୟ ସଭାପତି ଧିମାନ ଡମ୍ବରୁଧର ମାଝୀ ଏବଂ ବହୁଜନ ମୁକ୍ତି ପାର୍ଟି, ଓଡ଼ିଶା ରାଜ୍ୟ ସାଧାରଣ ସମ୍ପାଦକ ଧିମାନ ମହେନ୍ଦ୍ର ଧଙ୍ଗଡା ମାଝୀ ଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା । ପୁର୍ବତନ ପରିନିର୍ବାଣ ପ୍ରାପ୍ତ କେଶବ ଗଉଡ ନିଜ ପରିବାରକୁ ପଛରେ ଛାଡ଼ି ଶୋଷିତ, ଅବହେଳିତ ଓ ନିଷ୍ପେସିତ ମୂଳନିବାସୀ ବହୁଜନ ସମାଜରେ ଏକତା, ଭାତୃତ୍ବ ଓ ଆନ୍ଦୋଳନାତ୍ମକ ଚେତନା ଜାଗ୍ରତ କରିବାକୁ ନିଜର ସମ୍ପୂର୍ଣ୍ଣ ଜୀବନ ଉତ୍ସର୍ଗ କରିଥିଲେ। ତାଙ୍କର ଏହି ନିଷ୍ଠାପର ତ୍ୟାଗ ଓ ଅବଦାନ ବହୁଜନ ସମାଜରେ ସଦାସର୍ବଦା ସ୍ମରଣୀୟ ରହିବ। ତାଙ୍କ ଆଦର୍ଶ ଓ ସଂଘର୍ଷକୁ ସମ୍ମାନ ଜଣାଇବା ସହ ତାଙ୍କ ପରିବାର ପ୍ରତି ସମାଜର ସମର୍ପଣ ଓ ସମ୍ମାନ ପାଇଁ ସଂଗଠନ ପକ୍ଷରୁ ଏହି ବ୍ୟବସ୍ଥା ରହିଛି।
ବ୍ୟୁରୋ ରିପୋର୍ଟ -ସତ୍ୟଯୁଗ ମିଡ଼ିଆ