
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ଼ ଏନଏସି ଓ୍ଵାର୍ଡ ନମ୍ବର ୧ ଅନ୍ତର୍ଗତ ଭୀମଖୋଜପଡାରେ ଆଲୋକମାଳରେ ଝଳସୁଛି ଗଣେଷ ପୂଜା। ଗ୍ରାମବାସୀଙ୍କ ଉତ୍ସାହ ଓ ନୂଆଁଖାଇ ର ଆନନ୍ଦ ମଧ୍ୟରେ ଏହି ପୂଜା ଅନୁଷ୍ଠିତ ହୋଇଯାଇଛି। ମୁଣ୍ଡିଆମାରୀର ଛୋଟ ଛୁଆମାନେ ନିଜ ଉଦ୍ୟମରେ ଏହି ପୂଜାର ଆୟୋଜନ କରିଥିଲେ। କର୍ତ୍ତା କ୍ଷୀରଧର ନାଏକଙ୍କ ଦ୍ବାରା ପୂଜାର୍ଚ୍ଚନାରେ ଅନୁଷ୍ଠାନ ସମ୍ପନ୍ନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆକାଶ ନାଏକ, ହିମାଂଶୁ ନାଏକ, ରୋହନ ନାଏକ, ମହେଶ ନାଏକ, ବିବେକ ନାଏକ, ଶିବୁ ନାଏକ, ଆଶିଷ ନାଏକ, ବସନ୍ତ ନାଏକ, ସୌରଭ ନାଏକ, ଅମିତ ନାଏକ, ଓମପ୍ରକାଶ ନାଏକ, ଜିତେନ୍ଦ୍ର ନାଏକ, ରିଙ୍କୁ ନାଏକ, ତ୍ରିଲୋଚନ ନାଏକ, ଦୁଷ୍ମନ୍ତ ନାଏକ ଓ ମୋହନ ନାଏକଙ୍କ ସମେତ ଅନେକେ ସହଯୋଗ କରି ପୂଜାକୁ ସଫଳ କରିଥିଲେ। ଗ୍ରାମରେ ଉତ୍ସାହ ଓ ଭକ୍ତିର ମାହୋଲ ମଧ୍ୟରେ ଏହି ପୂଜା ସମ୍ପନ୍ନ ହୋଇଥିବାରୁ ସମସ୍ତେ ଆନନ୍ଦିତ ଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ