
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡରୁ ତିନିଜଣ ଶିକ୍ଷକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ ଅଧୀନରେ ଜିଲ୍ଲାସ୍ତରୀୟ ଶ୍ରେଷ୍ଠ ଶିକ୍ଷକ ଭାବେ ମନୋନୀତ ହୋଇଛନ୍ତି। ଏମାନେ ହେଉଛନ୍ତି ଶ୍ରୀଯୁକ୍ତ ଶିବଶଙ୍କର ମିଶ୍ର, ଶ୍ରୀଯୁକ୍ତ ରାଜେନ୍ଦ୍ର ଆଚାର୍ଯ୍ୟ ଏବଂ ଶ୍ରୀମତୀ ପଲ୍ଲବୀ ପଣ୍ଡା। ରାମକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ, ବ୍ରାହ୍ମଣ ଛେଣ୍ଡିଆରେ କାର୍ଯ୍ୟରତ ଶିକ୍ଷକ ଶ୍ରୀଯୁକ୍ତ ଶିବଶଙ୍କର ମିଶ୍ର ଓ ଶ୍ରୀଯୁକ୍ତ ରାଜେନ୍ଦ୍ର ଆଚାର୍ଯ୍ୟ ଯଥାକ୍ରମେ ମାତୃଭାଷା ଓଡ଼ିଆ ଏବଂ ତୃତୀୟ ଭାଷା ସଂସ୍କୃତ ବିଷୟରେ ଶ୍ରେଷ୍ଠ ଶିକ୍ଷକ ଭାବେ ମନୋନୀତ ହୋଇଛନ୍ତି। ସେହିପରି ଧର୍ମଗଡ ବ୍ଲକ କନାଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ପଲ୍ଲବୀ ପଣ୍ଡା ଗଣିତ ବିଷୟରେ ଜିଲ୍ଲାସ୍ତରୀୟ ଶ୍ରେଷ୍ଠ ଶିକ୍ଷୟିତ୍ରୀ ଭାବେ ମନୋନୀତ ହୋଇଛନ୍ତି। ଏହି ସଫଳତା ସହିତ ସେମାନେ ନିଜ ବିଦ୍ୟାଳୟ, ଧର୍ମଗଡ ଉପଖଣ୍ଡ ତଥା ସମଗ୍ର କଳାହାଣ୍ଡି ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ