
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) କାର୍ଯ୍ୟାଳୟ ପରିସରରେ ସ୍ୱାୟତ୍ତ ଶାସନ ଦିବସ ଉତ୍ସବମୁଖରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ନଗରପାଳ ଅଶୋକ କୁମାର ମହାନ୍ତି, ଉପାଧ୍ୟକ୍ଷା ମନୀଷା ମିଶ୍ର, ସମାଜସେବୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ର ମଞ୍ଚାସୀନ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱାୟତ୍ତ ଶାସନ ଦିବସର ଲୋକାର୍ପଣ କାର୍ଯ୍ୟକ୍ରମକୁ ଆଭାସୀ ମାଧ୍ୟମରେ ବିଧାୟକ, ଏନଏସି କର୍ମଚାରୀ ଓ ସାଧାରଣ ଜନତା ପ୍ରତ୍ୟକ୍ଷ କରିଥିଲେ। ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହା ସହ ବିଧାୟକ ଶ୍ରୀ ପଟ୍ଟଯୋଶୀ ମାର୍କେଟ କମ୍ପ୍ଲେକ୍ସ ଓ ଓଷୱାନ କନଫରେନ୍ସ ହଲର ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ସାଂସ୍କୃତିକ ପରିବେଷଣ ମଧ୍ୟ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ବଙ୍କିମ ଚନ୍ଦ୍ର ମୁଣ୍ଡ ଓ ସଞ୍ଜୀବ କୁମାର ମୁଣ୍ଡ ପରିଚାଳନା କରିଥିବା ବେଳେ ବରିଷ୍ଠ କିରାଣୀ ରବୀନ୍ଦ୍ର ନାଥ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କନିଷ୍ଠ ଯନ୍ତ୍ରୀ ଶରତ କୁମାର ସାହୁ, ହିସାବ ରକ୍ଷକ ହିମାଂଶୁ ଶେଖର ରଣା, ସ୍ୱଚ୍ଛ ପରିମଳ ଅଧିକାରୀ ଅଭିନନ୍ଦନ ପ୍ରଧାନ, ଆଶିଷ କୁମାର ପଣ୍ଡା, ଯଶୋବନ୍ତ ମହାପାତ୍ର, ପରମେଶ୍ୱର ଚୌହାନ, ମନୋରଞ୍ଜନ ନାଗ, ଜଗଦୀଶ ରେଡ୍ଡୀ, ଦୁଷ୍ମନ୍ତ ଧଙ୍ଗଡ଼ାମାଝୀ ପ୍ରମୁଖ ସମସ୍ତ କାଉନସିଲର, ସ୍ୱଚ୍ଛ ସାଥୀ ଓ ଏନଏସି କର୍ମଚାରୀମାନେ ସହଯୋଗ କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ