
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ ଅବକାରୀ ବିଭାଗ ପକ୍ଷରୁ ସୋମବାର କୋକସରା ବ୍ଲକ ଗୋତମୁଣ୍ଡା ଅଞ୍ଚଳରୁ ହାତରନ୍ଧା (ଆଇଡି ଲିକର) ଚାଲାଣ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଧର୍ମଗଡ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ନବରଙ୍ଗପୁର ରୁ ଜଙ୍ଗଲ ରାସ୍ତା ଦେଇ ହାତରନ୍ଧା ଦେଶୀ ମଦ ଚାଲାଣ ବେଳେ ବାଇକ ସହ ୫୦ ଲିଟର ଦେଶୀ ମଦ ଜବତ କରାଯିବା ସହ ଜଣେ ବ୍ୟକ୍ତି ଙ୍କୁ ଗିରଫ କରା ଯାଇଛି । ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ରୁ କଳାହାଣ୍ଡି ର ବେହେରା ଅଞ୍ଚଳ କୁ ଦେଶୀ ମଦ ଚାଲାଣ ହେଉଥିବା ବେଳେ ଜଣେ ବ୍ୟକ୍ତି ଙ୍କୁ ଗିରଫ କରାଯାଇ ତାଙ୍କ ନିକଟରୁ ୫୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥି ସହ ମଦ ଚାଲାଣ ରେ ବ୍ୟବହୃତ ବାଇକ ନଂ ସିଜି ୦୫-୯୧୨୧ କୁ ମଧ୍ଯ ଜବତ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ର ଚଚାଗାଁ ର ରାଏଧର ଗଉଡ (୨୧) ବୋଳି ସୂଚନା ମିଳିଛି। ବିଭାଗ ପକ୍ଷରୁ କେସ ନଂ ୯୭/୨୫ ରେ ଏକ ମାମଲା ରୁଜୁ କରା ଯାଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରା ଯାଇ ଥିବା ଅବକାରୀ ଏସ.ଆଇ ପ୍ରତିମା ବେହେରା ସୂଚନା ଦେଇଛନ୍ତି ।