
ଧର୍ମଗଡ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ଭାବେ ଗୋଲୁ ନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଦାୟିତ୍ୱ ପାଇଁ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପିସିସି ସଭାପତି ଭକ୍ତଚରଣ ଦାସ ଏବଂ ଯୁବ ନେତା ମୋହମ୍ମଦ ସାହେବଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି। ଗୋଲୁ ନାୟକ କହିଛନ୍ତି ଯେ, ସାଗରଚରଣ ଦାସଙ୍କ ନେତୃତ୍ୱରେ ଯୁବ କଂଗ୍ରେସ ଆଗାମୀ ଦିନରେ ଲୋକଙ୍କ ପାଇଁ ନିଷ୍ଠାର ସହ କାମ କରିବ। ସେ ଗରିବଙ୍କ ସୁଖ-ଦୁଃଖର ସାଥୀ ହେବେ ଏବଂ ଯୁବମାନଙ୍କୁ ଆଗକୁ ନେବା ପାଇଁ ଲଢ଼େଇ ଜାରି ରଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ