
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ଼ ବ୍ଲକର ତାଲପଦର ଗ୍ରାମ କମିଟି ଆୟୋଜିତ ଏକ କାର୍ଯ୍ୟକ୍ରମରେ ହଳଦିଆ ତୈଲିକ ବୈଶ୍ୟ ସାହୁ ସମାଜର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼, ଜୁନାଗଡ଼, କଲମପୁର, ଜୟପାଟଣା ଓ କୋକସରା ବ୍ଲକର ସ୍ୱଜାତୀୟ ସଦସ୍ୟମାନେ ଏକତ୍ରିତ ହୋଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ କୁଳଦେବୀ ମା’ ଚଣ୍ଡୀସମଲେଶ୍ୱରୀଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ଜିଲ୍ଲା ସଭାପତି ନୀଳମଣି ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ଉପସଭାପତି ମୂରଲୀଧର ସାହୁ, ଯୁଗ୍ମ ସମ୍ପାଦକ ଆଶ୍ୱିନ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ଦୀପଚାନ୍ଦ ସାହୁ, କଲମପୁର ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ସାହୁ, ଜୟପାଟଣା ବ୍ଲକ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଧର୍ମଗଡ଼ ବ୍ଲକ ସଭାପତି ବସନ୍ତ କୁମାର ସାହୁ, ସମ୍ପାଦକ ବେଣୁଧର ସାହୁ, ଧର୍ମଗଡ଼ ବ୍ଲକ ସାଂଗଠନିକ ସଭାପତି ଗିରିଧାରୀ ସାହୁ, କାଳିଆ ଗଞ୍ଜନ ସାହୁ, ବିରଞ୍ଚି ନାରାୟଣ ସାହୁ, ଅବସରପ୍ରାପ୍ତ ଅଧ୍ୟାପକ ରମେଶ ଚନ୍ଦ୍ର ସାହୁ, କୋକସରା ବ୍ଲକ ସଭାପତି ଗୌସୀଙ୍ଗ ସାହୁ, ଗୌରଚନ୍ଦ୍ର ସାହୁ, ଛବିଲାଲ ସାହୁ ଏବଂ ଅଞ୍ଚଳ ଉପସଭାପତି ତୁମୁରା ଉପେନ୍ଦ୍ର ସାହୁ ମଞ୍ଚାସୀନ ଥିଲେ। ବ୍ଲକ ଉପଦେଷ୍ଟା କମିଟିର ସଦସ୍ୟ ବୁଦ୍ଧିଆ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କାଳିଆ ଗଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ