
ଜୁନାଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଚାରବାହାଲସ୍ଥିତ ସ୍ୱାମୀ ନିଜାନନ୍ଦ ସରସ୍ୱତୀ ବିଦ୍ୟାପୀଠରେ ପ୍ରତିବର୍ଷଭଳି ଏବର୍ଷ ମଧ୍ୟ ଗୁରୁ ଦିବସ ଉତ୍ସାହର ସହିତ ପାଳିତ ହୋଇଯାଇଛି। ବିଦ୍ୟାଳୟର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ମହେଶ କୁମାର ପଣ୍ଡା ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶିକ୍ଷକ ଶ୍ରୀ ଦୋଳମଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ମିଳିତ ସହଯୋଗରେ ଗୁରୁ ଦିବସ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ସହ-ପ୍ରଧାନ ଶିକ୍ଷକ ଶ୍ରୀ ଦିବ୍ୟରଞ୍ଜନ ମେହେର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
ସ୍ବତନ୍ତ୍ର ଖବର – ଭୋଜରାଜ ଛତ୍ରିଆ