
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ସହର ୬ନଂ ଓ୍ବାର୍ଡର ମହିଳା ଶାନ୍ତିଲତା ସିଂହ (୬୫) ଦିର୍ଘ ମାସ ଧରି ହୃଦରୋଗରେ ଆକ୍ରାନ୍ତ ହୋଇଥିବା ପରିବାରବର୍ଗଙ୍କ ସୁତ୍ରରୁ ଜଣାପଡିଛି।ଅତ୍ୟନ୍ତ ଗରିବ ଶ୍ରେଣୀର ଏହି ମହିଳାଙ୍କ ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ଜଣାଯାଇଛି। ପରିବାରବର୍ଗ ତାଙ୍କୁ ଭୁବନେଶ୍ଵରସ୍ଥିତ ଏମସ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିବା ଜଣାଯାଇଛି। ଡାକ୍ତରଙ୍କ ପରାମର୍ଶକ୍ରମେ ଏମସ ହସପିଟାଲରେ ଉକ୍ତ ମହିଳାଙ୍କର ଏବେ ଚିକିତ୍ସା ଜାରି ରହିଥିଲେ ହେଁ ପ୍ରାଥମିକ ଅବସ୍ଥାରେ ସମସ୍ତ ଆନୁଷଙ୍ଗିକ ଚିକିତ୍ସା ନିମନ୍ତେ ଆବଶ୍ୟକ ପଡୁଥିବା ଅର୍ଥର ଅଭାବ ଯୋଗୁଁ ସଂପୃକ୍ତ ମହିଳାଙ୍କ ଚିକିତ୍ସା ସେବା ଆଗେଇ ପାରୁନଥିବା ପରିବାରବର୍ଗଙ୍କ ସୂତ୍ରରୁ ଜଣାପଡିଛି। ଚିକିତ୍ସାଧିନ ମହିଳାଙ୍କ ନିକଟରେ ଏକ ଆୟୁଷ୍ମାନ କାର୍ଡ ଥିଲେ ହେଁ ଅସ୍ତ୍ରୋପଚାର ସମୟରେ ହିଁ ଉକ୍ତ କାର୍ଡଟି କାର୍ଯ୍ଯରେ ଆସିବ ବୋଲି ହସପିଟାଲ କର୍ତ୍ତୃପକ୍ଷ କହିବା ପରେ ଏବେ ପରିବାରବର୍ଗଙ୍କ ମୁଣ୍ଡରେ ଚଡକ ପଡିଛି। ତେବେ ମହିଳାଙ୍କର ଚିକିତ୍ସାରେ ଅର୍ଥ ବାଧକ ସାଜିଥିବା ଜଣାପଡିଛି।ହୃଦରୋଗରେ ଆକ୍ରାନ୍ତ ଉକ୍ତ ମହିଳାଙ୍କ ପ୍ରତି ପ୍ରଶାସନ ସଦୟ ହେବାକୁ ସାଧାରଣରେ ଦାବି ହେଉଛି। ଜିଲ୍ଲା ରେଡକ୍ରସ ପାଣ୍ଠିରୁ ନତୁବା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ମିଳି ପାରିଲେ ରୋଗାକ୍ରାନ୍ତ ମହିଳାଙ୍କ ଚିକିତ୍ସା ସୁବିଧାରେ ହୋଇ ପାରନ୍ତା ବୋଲି ପରିବାରବର୍ଗଙ୍କ ସୁତ୍ରରୁ ଜଣାପଡିଛି।ନୟାଗଡ ଜିଲ୍ଲାପାଳ ଉକ୍ତ ମହିଳାଙ୍କ ପ୍ରତି ସଦୟ ହେବାକୁ ସାଧାରଣରେ ଦାବି ହେଉଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ