
ଭୁବନେଶ୍ୱର (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଆଜି ଭୁବନେଶ୍ୱର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ବ୍ଲକ୍ ସ୍କୁଲ କ୍ରୀଡ଼ା କମିଟିର ଅଧିକାରୀ ଚୟନ କରାଯାଇଛି। ବୈଠକଟି ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏବଂ ବ୍ଲକ୍ର ସହକାରୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ତପନ କୁମାର ଚମ୍ପତିରାୟ ମଧ୍ୟ ଉପସ୍ଥିତ ଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି) ଏବଂ ଶାରୀରିକ ପ୍ରଶିକ୍ଷକ (ପିଟିଆଇ)ମାନେ ଏହି ବୈଠକରେ ଯୋଗ ଦେଇଥିଲେ। ଆଲୋଚନା ପରେ ସର୍ବସମ୍ମତି କ୍ରମେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ବ୍ରହ୍ମାନନ୍ଦ ରାଉତଙ୍କୁ ସଭାପତି, ସହ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ତପନ କୁମାର ଚମ୍ପତିରାୟଙ୍କୁ ଉପସଭାପତି ଭାବରେ ଭାବେ ମନୋନୀତ କରାଯାଇଥିବା ବେଳେ ଇଟିପୁରସ୍ଥିତ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଶ୍ରୀ ମିହିର ରଞ୍ଜନ ପଟ୍ଟନାୟକଙ୍କୁ ସମ୍ପାଦକ ଭାବେ ଏବଂ କଣ୍ଟାବାଡ଼ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ତୁଷାରକାନ୍ତ ପ୍ରଧାନ ଙ୍କୁ ସହ ସମ୍ପାଦକ ଭାବେ ଚୟନ କରାଯାଇଛି। ବ୍ଲକ୍ କ୍ରୀଡ଼ା କମିଟି ର ସଦସ୍ୟ ଭାବେ ପ୍ରମୋଦ କୁମାର ରାଉତ,ସ୍ବରାଜ କେଶରୀ ମହାନ୍ତି ,ମହେଶ୍ୱର ଘଡେ଼ଇ,ସ୍ୱାତି ସୁଚରିତା ସାହୁ,ବିଶ୍ଵମିତ୍ରା ଷଡ଼ଙ୍ଗୀ ପ୍ରମୁଖଙ୍କୁ ମନୋନୀତ କରାଗଲା ।ଏହି ବୈଠକରେ ବ୍ଲକ୍ ସ୍ତରରେ କ୍ରୀଡ଼ାର ଉନ୍ନତି, ପ୍ରତିଭାବାନ ଖେଳାଳିମାନଙ୍କୁ ଚିହ୍ନଟ କରିବା ଏବଂ ଆଗାମୀ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକର ସୁପରିଚାଳନା ଉପରେ ଆଲୋଚନା କରାଯାଇଥିଲା। ନୂତନ କର୍ମକର୍ତ୍ତାମାନେ ବ୍ଲକ୍ରେ କ୍ରୀଡ଼ା କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ସ୍ବତନ୍ତ୍ର ଖବର – ବିଜୟ କୁମାର ସେଠୀ