
ଖଣ୍ଡପଡା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବାମସେଫ୍ ର ସହଯୋଗୀ ସଂଗଠନ ଭାରତ ମୁକ୍ତି ମୋର୍ଚ୍ଚା ତରଫରୁ ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ କୁମ୍ଭାରପଡା ସ୍ଥିତ ମା ମଙ୍ଗଳା ସାହି କୋଠଘର ପରିସରରେ ରବିବାର ଏକ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସଂଗଠନ ର ଲକ୍ଷ, ଉଦ୍ଦେଶ୍ୟ, ଆଭିମୁଖ୍ୟ, କାର୍ଯ୍ୟଧାରା, ଶିକ୍ଷା ଓ ବେରୋଜଗାର ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ସର୍ବପ୍ରଥମେ ଫୁଲେ ଦମ୍ପତି ଓ ବାବାସାହେବ ଙ୍କ ଫଟୋଚିତ୍ର ରେ ଅତିଥି ମାନେ ପୁଷ୍ପମାଲ୍ୟ ଓ ପ୍ରଦୀପପ୍ରଜ୍ୱଳନ କରିଥିଲେ।ପ୍ରଶିକ୍ଷକ ରୂପେ ରାଷ୍ଟ୍ରୟ ପଛୁଆ ବର୍ଗ ମୋର୍ଚ୍ଚା ର ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ କବିତା ସାହୁ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ରୂପେ ପଲ୍ଲୀ କବି ତଥା ଆମ୍ବେଦକରପ୍ରେମୀ ପ୍ରଭାତ କୁମାର ଖୁଣ୍ଟିଆ, ସଂମ୍ମାନିତ ଅତିଥିରୂପେ ଭାରତ ମୁକ୍ତି ର ରାଜ୍ୟ କାର୍ଯ୍ୟକାରୀ ସଭାପତି ଜଗଦୀଶ ନାୟକ, ଅଲ ଇଣ୍ଡିଆ ସିଦ୍ୟୁଲକାଷ୍ଟ ଫେଡେରେଶନ ର ବ୍ଲକ ସଂଯୋଜକ ଗଣେଶ କୁମାର ନାୟକ ଯୋଗଦେଇଥିଲେ। ଏହି ପ୍ରଶିକ୍ଷଣ ଶିବିରକୁ ସାମାଜିକକର୍ମୀ ସମ୍ବିତି ନାୟକ ଓ ରଞ୍ଜିତ ନାୟକ ଆୟୋଜନ କରିଥିବା ବେଳେ ବାବାସାହେବ ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ବିଜୟ କୁମାର ସେଠୀ ସଂଯୋଜନା କରିଥିଲେ। ଏହି ଶିବିର ରେ ୫୦ରୁ ଉର୍ଦ୍ଧ ବିଦ୍ୟାର୍ଥୀ ଯୋଗଦେଇଥିବା ଦେଖିବାକୁମିଳିଥିଲା ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ