
ଧର୍ମଗଡ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳର ଡ଼ାଳଗୁମା ଗ୍ରାମ ର ଦୁର୍ଯୋଧନ ଚଣ୍ଡି ଭୁବନେଶ୍ୱର ଜାତୀୟ ରାଜ୍ୟ କଳା ସଂସ୍କୃତି ,ଭାଷା ସାହିତ୍ୟ ଏବଂ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ‘ନାଟ୍ୟ ଗୁରୁ ରତ୍ନ’ ରେ ସମ୍ମାନିତ ହୋଇଛନ୍ତି।ତାଙ୍କୁ ସମ୍ବଲପୁର ଠାରେ ଆୟୋଜିତ ନୂଆଖାଇ ଭେଟ ଘାଟ କାର୍ଯ୍ୟକ୍ରମରେ ସମ୍ମାନୀତ କରାଯାଇଥିଲା।ଦୁର୍ଯୋଧନ ଚଣ୍ଡୀ ଏକାଧାରରେ ଜଣେ ନାଟ୍ୟ ଲେଖକ ,ନାଟ୍ୟ ନିର୍ଦ୍ଦେଶକ ଓ ମଞ୍ଚ କଳାକାର ଓ ସମ୍ବଲପୁରୀ ଜଗତରେ ଜଣେ ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ତଥା ଅନେକ ସମ୍ବଲପୁରୀ ଗୀତରେ କଣ୍ଠ ଦାନ କରି ନିଜକୁ ଯୁବପ୍ରତିଭା ହିସାବରେ ପ୍ରତିଷ୍ଠା କରିପାରିଛନ୍ତି । ୟୁଟୁବ ଜଗତରେ ମଧ୍ୟ ହାସ୍ୟକାହାଣୀ ଲେଖକ ଭାବରେ ବେଶ ଜଣାଶୁଣା । ତାଙ୍କ ରଚିତ ନାଟକ – ସୁଖ ହଜିଗଲା ମଝି ନଈରେ, ସଂପର୍କ ଆମର ଜନ୍ମ ଜନ୍ମର, ଚଣ୍ଡି ନୁହଁଇ ସେ ବ୍ରହ୍ମ ଚଣ୍ଡାଲ, ଏ କଲି ଯୁଗରେ ମାମୁଁ ର ଖେଳ, ଦୁର୍ଯୋଧନ ଲେଖୁଛି ମହାଭାରତ , ହଜିଲା ପୀରତି ଖୋଜିଲା ପ୍ରୀତି, ପ୍ରେମର ବଣିକ ଅନ୍ଧ ପ୍ରେମିକ, ଦାନ ଦେଇ ଦାନି ଗଲା ଦାଦନ, ଫଗୁଣ ଦେଇଛି ଦୁଃଖ ଛ ‘ ଗୁଣ, ଏକା ଲଢିବ ଦୁର୍ଯୋଧନ, ହେ କଳାଠାକୁର କଳାକାର ଦୁଃଖ ଦେଖିବ ଆସ’ ପ୍ରଭୃତି ବିଭିନ୍ନ ନାଟ୍ୟ ଅନୁଷ୍ଠାନ ଏପରିକି ରାଜ୍ୟ ବାହାରେ ମଧ୍ୟ ଅଭିନୀତ ହୋଇ ଆସୁଛି । ଭବିଷ୍ୟତ ରେ ମଧ୍ୟ ନିଜର ଲେଖନୀ ମୁନରେ ଜୀବନ ବଞ୍ଚିବାର ସଂଗ୍ରାମ, ସମୟ ଚକ୍ର ର ଘଟଣା, ନାରୀ ଶିକ୍ଷା ପ୍ରତି ଗୁରୁତ୍ୱ ଓ ଏପରିକି ଅନେକ ଶିକ୍ଷଣୀୟ ବିଷୟବସ୍ତୁକୁ ନେଇ ନାଟକ ମାଧ୍ୟମରେ ସମାଜକୁ ଶିକ୍ଷା ଦେବା ପାଇଁ ତାଙ୍କର ର ସ୍ଵପ୍ନ ରହି ଥିବା ସେ ପ୍ରକାଶ କରନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ