
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଧର୍ମଗଡ଼ ବ୍ଲକର ବଡ଼ଘୁମେର ଗ୍ରାମ ପଞ୍ଚାୟତରେ ‘ପେଡ଼ ମା କେ ନାମ’ ନାମକ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଛର ମହତ୍ତ୍ୱ ଉପରେ ଆଲୋଚନା କରାଯାଇ ବୃକ୍ଷରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ବକ୍ତାମାନେ କହିଥିଲେ ଯେ, ଗଛ ଆମ ଗ୍ରହର ଜୀବନରେଖା ସଦୃଶ। ଏହା ଆମକୁ ଅମ୍ଳଜାନ, ଛାଇ, ଫଳ, ଫୁଲ ଏବଂ ପରିବେଶର ସୌନ୍ଦର୍ଯ୍ୟ ପ୍ରଦାନ କରିଥାଏ। ‘ଏକ ପେଡ଼ ମା କେ ନାମ’ କାର୍ଯ୍ୟକ୍ରମ ଧରିତ୍ରୀ ମାଁ ଙ୍କ ପ୍ରତି କୃତଜ୍ଞତା ଓ ସମ୍ମାନ ପ୍ରକାଶ କରିବାର ଏକ ଅନନ୍ୟ ଉପାୟ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମା’ଙ୍କ ନାମରେ ଗଛ ରୋପଣ କରାଯାଇ ପରିବେଶ ସୁରକ୍ଷା ସହ ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ୱଚ୍ଛ ଓ ସବୁଜ ପରିବେଶ ନିଶ୍ଚିତ କରାଯାଇପାରିବ। ଆଲୋଚନା ସମୟରେ ବୃକ୍ଷରୋପଣର ଲାଭ ଉପରେ ଆଲୋକପାତ କରାଯାଇଥିଲା। ଗଛ ଲଗାଇବା ଦ୍ୱାରା ପ୍ରଦୂଷଣ ଓ ଜଳବାୟୁ ସଙ୍କଟରୁ ରକ୍ଷା ମିଳିପାରିବ ଏବଂ ଆଜି ରୋପିତ ଗଛ ଆଗାମୀ ପିଢ଼ି ପାଇଁ ଫଳ ଓ ଛାଇ ଯୋଗାଇବ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଜନ୍ମେଜୟ ଗୋପାଳ, ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ରୀନା ଶତନାମୀ, କୃଷି ସହାୟିକା ସରୋଜିନୀ ମେହେର, ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଙ୍ଗନବାଡ଼ି କର୍ମୀ, ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ସଙ୍ଘର ସମ୍ପାଦିକା ଶ୍ରୀମତୀ ତପସ୍ୱିନୀ ମାଝୀ, ସମସ୍ତ ଇସି ସଦସ୍ୟା ଏବଂ ସିଆରପି ସଦସ୍ୟାମାନେ ଉପସ୍ଥିତ ଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ