
ଧର୍ମଗଡ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଓଡ଼ିଶା ରାଜ୍ୟର କଳାହାଣ୍ଡି ଜିଲ୍ଲା ଏକ ଅନୁନ୍ନତ ପଛୁଆ ଜିଲ୍ଲା ହୋଇଥିବାରୁ ସ୍ଵତନ୍ତ୍ର ଗ୍ରାମୀଣ ଅଞ୍ଚଳର ବିକାଶ ସକାଶେ ରାସ୍ତା ଘାଟ ଉନ୍ନତି କରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ରାଜକୋଷ ରୁ କୋଟି କୋଟି ଟଙ୍କାର ବ୍ୟୟ ବରାଦ ହେଉଛି। କିନ୍ତୁ ପରିତାପର ବିଷୟ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଁଟିଗାଁ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଗୋଲାମୁଣ୍ଡା ବ୍ଲକ୍ ଡୁକ୍ରି ପଡା ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ପ୍ରାୟ ତିନି କି ମି ଦୂର ପର୍ଯ୍ୟନ୍ତ ହେବ ଦୀର୍ଘ ବର୍ଷରୁ ରାସ୍ତାଟି ଅବହେଲିତ ଅବସ୍ଥାରେ ପଡ଼ି ରହିଥିବାରୁ ରାସ୍ତାଟି ମରଣ ଯନ୍ତା ପାଲଟି ଥିବାନେଇ ଲୋକେ ଦହନୀୟ ଅବସ୍ଥାରେ ଗତି କରୁଛନ୍ତି।ଏହି ରାସ୍ତାରେ ବଡ଼ ବଡ଼ ଖାଲ ଖମା ଗର୍ତ୍ତ ରହିଥିବାରୁ ଲଗାଣ ବର୍ଷା ସମ୍ପ୍ରତିରେ କାଦୁଆ ପଚ ପଚ ରେ ହଜାର ହଜାର ସାଧାରଣ ଲୋକେ ଗମନା ଗମନରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବଂ ଅନେକ ଲୋକ ଦୁର୍ଘଟଣା ର ଶିକାର ହେବାକୁ ପଡୁଛି, ଏହିଁ ରାସ୍ତା ଟି ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ମୁଖ୍ୟ ରାସ୍ତା ହୋଇ ଥିବା ସତ୍ତ୍ୱେ କୌଣସି ରାଜ ନେତା ଓ ମନ୍ତ୍ରୀ ତଥା ପ୍ରଶାସନ ଙ୍କ ଦୃଷ୍ଟିପାତ ହେଉନାହିଁ।ଯାହାଫଳରେ ଅଞ୍ଚଳର ସାଧାରଣ ଲୋକ ସାଙ୍ଗକୁ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ଯିବା ଆସିବାରେ କଷ୍ଟ ଉଠାଇବାକୁ ପଡୁଛି। ବିଶେଷ ପରିମାଣରେ ଆଁଟିଗାଁ ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ ଦୁଆର ମୁହଁରେ ବଡ ବଡ ଖାଲ ଖମା ଗର୍ତ୍ତ ରେ ଆଣ୍ଠୁଏ ପାଣି ଜମିରହୁ ଥିବାରୁ ବୃଦ୍ଧ ବୃଦ୍ଧା ମାନଙ୍କୁ କାର୍ଯ୍ୟାଳୟ କୁ ଯିବାପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରାପ୍ତ ସୂଚନାରୁ ଦୀର୍ଘ ଦିନରୁ ଏହି ରାସ୍ତା ନିର୍ମାଣ ପାଇଁ ମାନ୍ୟବର କଳାହାଣ୍ଡି ସାଂସଦ ମାଳବିକା ଦେବୀ, ମାନ୍ୟବର ଦିଧାୟକ ଜୁନାଗଡ଼ ଦିବ୍ୟ ଶଙ୍କର ମିଶ୍ର,ଜୁନାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ ଦାଖଲ କରିଆସୁଥିଲେ ମଧ୍ୟ ଫସର ଫାଟୁଛି ପ୍ରତିଶ୍ରୁତି ବୋଲି ଗଣମାଧ୍ୟମ ଆଗରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏନେଇ ଯଦି ଆସୁଥିବା ଆଗାମୀ ପାର୍ବଣ ଋତୁର ଯୁଦ୍ଧକାଳୀନ ଭିତ୍ତିରେ ନେତା ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଆବଶ୍ୟକ ପଦକ୍ଷେପ ନ ନିଅନ୍ତି ତାହେଲେ ତୀବ୍ର ଜନ ଅସନ୍ତୋଷ ସହିତ ରାସ୍ତା ରୋକ୍ କରାଯିବ ବୋଲି ଆଟିଗାଁ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସ୍ମିତା ପ୍ରଧାନ, ୱାର୍ଡ ମେମ୍ବର ଗିରିଧାରୀ ବଗର୍ତ୍ତି,ଗୋଲାପି ନାଏକ,ସୁଶାନ୍ତ ପ୍ରଧାନ,ସୁଧର ପଟେଲ,ତୀର୍ଥରାଜ ନାଗ,ଗ୍ରାମବାସୀ ସାଙ୍ଗକୁ ପଥଚାରୀ ମାନେ ଗଣମାଧ୍ୟମ ଆଗରେ ପ୍ରଶାସନ ଙ୍କୁ ଚେତାବନୀ ଦେଇଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ