
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ଥାନା ଅଧିନ ମର୍ଦ୍ଦରାଜପୁର ଗ୍ରାମରୁ ନିକଟସ୍ଥ ବୋଦସା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମଧ୍ଯରେ ଥିବା ଏକ ପୋଲ ନିକଟରେ ଶୁକ୍ରବାର ପ୍ରାୟ ସଂନ୍ଧ୍ଯା ୬ଟା ସମୟରେ ବୋଦସା ଅଭିମୁଖେ ଦୃତ ଗତିରେ ଯାତ୍ରା କରୁଥିବା ଘରୋଇ ପରିବହନର ଏକ ଯାତ୍ରୀବାହି ବସ ସାଇକେଲ ଯୋଗେ ବୋଦସା ଗ୍ରାମ ଅଭିମୁଖେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ।ମୃତ ବ୍ଯକ୍ତିଙ୍କ ନାମ ମହେଶ୍ବର ଖୁଣ୍ଟିଆ(୬୫) ଓ ତାଙ୍କ ଘର ବୋଦସା ଗ୍ରାମ ଗୋଲାସାହିରେ ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଘଟଣାରେ ମୃତ ବୃଦ୍ଧଙ୍କ ପରିବାରବର୍ଗଙ୍କୁ ଉପଯୁକ୍ତ କ୍ଷତିପୁରଣ ଦାବିରେ ଉତ୍ଯକ୍ତ ଜନସାଧାରଣ ଦୁର୍ଘଟଣା ଘଟାଇଥିବା ଯାତ୍ରୀବାହି ବସଟିକୁ ଘଟଣାସ୍ଥଳରେ ଅଟକାଇ ପାଟିତୁଣ୍ଡ କରୁଥିବା ବେଳେ ଖବରପାଇ ଖଣ୍ଡପଡ଼ା ପୋଲିସ ସେଠାରେ ପହଞ୍ଚିଥିବା ଜଣାପଡିଛି।ଘଟଣାସ୍ଥଳରୁ ମୃତ ବ୍ଯକ୍ତିଙ୍କ ଶବ ଉଦ୍ଧାର କରାଯାଇ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ନିମନ୍ତେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ପୋଲିସ ଦୁର୍ଘଟଣା ଘଟାଇଥିବା ଯାତ୍ରୀବାହି ବସଟିକୁ ଜବତ କରିଥିବା ବେଳେ ଏ ସଂର୍ପକରେ ଏକ ମାମଲା ରୁଜୁ ହୋଇଥିବା ଖଣ୍ଡପଡ଼ା ଥାନା ସୁତ୍ରରୁ ପ୍ରକାଶ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ