
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଶୁକ୍ରବାର ଚଢାଉ କରାଯାଇ ଖଳିସାହି ପଞ୍ଚାୟତ ଅଧିନ ଇଚ୍ଛାପୁର ଓ ବରଡାବାରି ଗ୍ରାମରୁ ବିପୁଳ ପରିମାଣର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ଜଣାପଡିଛି।ବେଆଇନ ଭାବେ ବାଣ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ ଇଛାପୁର ଗ୍ରାମର ବାବାଜୀ ନାଏକ ଓ ନିକଟସ୍ଥ ବରଡାବାରି ଗ୍ରାମର ଆଲୋକ କୁମାର ନାୟକଙ୍କୁ ଗିରଫ କରିଥିବା ଜଣାଯାଇଛି। ଗିରଫ ୨ ଅଭିଯୁକ୍ତ ଦିର୍ଘ ବର୍ଷ ଧରି ବେଆଇନ ଭାବେ ବାଣ କାରବାରରେ ସଂପୃକ୍ତ ଥିବା ନେଇ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।ଖଣ୍ଡପଡ଼ା ଥାନା ପରିସରରେ ଶୁକ୍ରବାର ସଂନ୍ଧ୍ଯାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନୟାଗଡ ଅତିରିକ୍ତ ଏସପି ସୁବାସ ଚନ୍ଦ୍ର ପଣ୍ତା ଉପସ୍ଥିତ ରହି ଘଟଣା ସଂର୍ପକରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।ପୋଲିସ ଇଛାପୁର ଗ୍ରାମର ବାଣ କାରିଗର ବାବାଜୀଙ୍କ ଘରେ ଚଢାଉ କରି ୧୫୦୦ ନଡିଆ ବମ,୧୪୦ଟି ପ୍ୟାକେଟ କାଗଜ ବମ,୧୮୫୦ ଟି ତାଳ ଫୋଟକା,୧୧୦୦ ଟି କୁମ୍ପି,୧୫ କେଜି ବାରୁଦ ସମେତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ଜଣାପଡିଛି।ସେହିପରି ବରଡାବାରୀ ଗ୍ରାମର ବାଣ ବେପାରୀ ଆଲୋକ ଘରେ ପୋଲିସ ଟିମ ଚଢାଉ କରି ବିପୁଳ ପରିମାଣର ବାଣ ଓ ବାଣ ପ୍ରସ୍ତୁତ ନିମନ୍ତେ ଘରେ ମହଜୁଦ ଥିବା ଆନୁସଙ୍ଗିକ ସାମଗ୍ରୀ ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିବା ପୋଲିସ ସୂଚନା ଦେଇଛି।ଏ ସଂର୍ପକରେ ଖଣ୍ଡପଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଥିବା ପୋଲିସ ସୂଚନା ଦେଇଥିବା ବେଳେ ଆସନ୍ତାକାଲି ଶନିବାର ଗିରଫ ଅଭିଯୁକ୍ତ ୨ ଜଣଙ୍କୁ ଅଦାଲତ ଚାଲାଣ କରାଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ। ଖଣ୍ଡପଡ଼ା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ମଦନମୋହନ ପ୍ରଧାନ,ଥାନାଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ