
ଧର୍ମଗଡ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବେହେରାସ୍ଥିତ ଦନ୍ତେଶ୍ୱରୀ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ ରବିବାର ବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାବୀର ରଣାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ପୁରାତନ ଛାତ୍ରମାନେ ସ୍ୱର୍ଣ୍ଣ ଜୟନ୍ତୀକୁ ମହାଆଡ଼ମ୍ବର ସହ ପାଳନ କରିବାକୁ ମତପ୍ରକାଶ କରିଛନ୍ତି। ଦଣ୍ଡପାଟ ଅଞ୍ଚଳର ସର୍ବପୁରାତନ ଉଚ୍ଚ ବିଦ୍ୟାଳୟ ହିସାବରେ ପରିଚିତ ଏହି ବିଦ୍ୟାଳୟରୁ ପ୍ରାୟ ୫,୦୦୦ରୁ ଅଧିକ ପୁରାତନ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି, ଯେଉଁମାନେ ବିଭିନ୍ନ ଉଚ୍ଚ ପଦବୀରେ ଅଧିଷ୍ଠିତ ଅଛନ୍ତି। ଏହି ଉତ୍ସବ ତିନି ଦିନ ଧରି ଭବ୍ୟ ରୂପେ ଆୟୋଜନ କରାଯିବ ଏବଂ ଓଡ଼ିଶାର ରାଜ୍ୟପାଳଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ସ୍ୱର୍ଣ୍ଣ ଜୟନ୍ତୀ ପାଳନ କମିଟି ଓ ପୁରାତନ ଛାତ୍ର ସଂସଦ ଗଠନ କରାଯାଇଛି। କମିଟିର ସଭାପତି ଭାବେ ପ୍ରଶାନ୍ତ ତିୱାରୀ, କାର୍ଯ୍ୟକାରୀ ସଭାପତି ଭାବେ ଆଇନଜୀବୀ ଦିଗାମ୍ବର ଦୁରିଆ, ଉପସଭାପତି ଭାବେ ରଜନୀ କାନ୍ତ ନାଏକ, ଧର୍ମବ୍ରତ ପଣ୍ଡା, ଗୌର ଚନ୍ଦ୍ର ବାଗ ଓ ଲଳିତ ନାଏକ, ସମ୍ପାଦକ ଭାବେ କ୍ଷୀରସିନ୍ଧୁ ବାଣୁଆ, ସହ-ସମ୍ପାଦକ ଭାବେ ତ୍ରିଲୋକ ସିଂ ଓ ଗଜେନ୍ଦ୍ର ଚଲାନ, କୋଷାଧ୍ୟକ୍ଷ ଭାବେ ଈଶ୍ୱର ଲାଲ ଅଗ୍ରୱାଲ ଓ ମହେନ୍ଦ୍ର ସାହୁ ଏବଂ ସଂଯୋଜକ ଭାବେ ଅଖଣ୍ଡଳ ମଣି ଭରତିଆ, ରୁପେନ୍ଦ୍ର ସୁନାନି, ସୁରେନ୍ଦ୍ର ନାଏକ, ଉପେନ୍ଦ୍ର ନାଏକ ଓ ରାଜେଶ ନାଏକଙ୍କୁ ମନୋନୀତ କରାଯାଇଛି। ପୁରାତନ ଛାତ୍ରମାନଙ୍କ ଆନ୍ତରିକ ସହଯୋଗ ସହ ଏହି ଉତ୍ସବକୁ ସଫଳ କରିବାକୁ କମିଟି ପ୍ରତିବଦ୍ଧ ବୋଲି ସଭାପତି ମତବ୍ୟକ୍ତ କରିଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ