
ଖଣ୍ଡପଡା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବାମସେଫ୍ର ସହ ସହଯୋଗୀ ସଙ୍ଗଠନ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଖଣ୍ଡପଡା ବ୍ଲକ କୋସ୍କା ପଂଚାୟତ ଅଧିନ ଭେଲେଇଢିପ ଗ୍ରାମର କୋଠଘର ପରିସରରେ ରବିବାର ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ଶିକ୍ଷା, ବେରୋଜଗାର, ଅନୁସୂଚିତ ଜାତି ଜନଜାତି ଉପରେ ହେଉଥିବା ଅତ୍ୟାଚାର, ଲକ୍ଷଭ୍ରଷ୍ଟ ସମାଜକୁ ଲକ୍ଷସ୍ଥଳ ଦେଖାଇବା ଏବଂ ଲୁକାୟିତ ପ୍ରତିଭା ମାନଙ୍କୁ ଲୋକଲୋଚନ ଆଣିବା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରାରମ୍ଭରେ ଫୁଲେ ଦମ୍ପତି ଓ ବାବା ସାହେବଙ୍କ ଫଟୋ ଚିତ୍ରରେ ଅତିଥିମାନଙ୍କ ଦ୍ବାରା ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା। ପ୍ରଶିକ୍ଷକ ରୂପେ ଭାରତ ମୁକ୍ତି ମୋର୍ଚ୍ଚା ର କାର୍ଯ୍ୟକାରୀ ସଭାପତି ଜଗଦୀଶ ନାୟକ ଯୋଗଦେଇଥିଲେ। ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚ ର ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ କବିତା ସାହୁ, ସମ୍ମାନିତ ଅତିଥି ଭାବେ ପଲ୍ଲୀକବି ପ୍ରଭାତ କୁମାର ଖୁଣ୍ଟିଆ, ସର୍ବଭାରତୀୟ ସିଡ୍ୟୁଲକାଷ୍ଟ ଫେଡେରେଶନ ର ଜିଲ୍ଲା ସଂଯୋଜକ ବିଜୟ କୁମାର ସେଠୀ, ରାଷ୍ଟ୍ରୟ ଖ୍ରୀଷ୍ଟିଆନ ମୋର୍ଚ୍ଚା ର ଜିଲ୍ଲା ସଭାପତି ଉଦ୍ଧବ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୪୦ ରୁ ଉର୍ଦ୍ଧ ପୁରୁଷମହିଳା ଯୋଗଦେଇଥିଲେ।ଏହି ପ୍ରଶିକ୍ଷଣ ଶିବିର ଖଣ୍ଡପଡା ବ୍ଲକ ର ପ୍ରତ୍ୟେକ ପଂଚାୟତ ରେ ପର୍ଯ୍ୟାୟ କ୍ରମେ କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ମିଳିଛି।ଏହି କାର୍ଯ୍ୟକ୍ରମ କୁ ସମାଜସେବୀ ଗଣେଶ୍ୱର ନାୟକ ଆୟୋଜନ କରିଥିଲେ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ