
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଗତ ୯ ମାସ ହେଲା ମିଶନ ଶକ୍ତିର ମହିଳା ମାନଙ୍କୁ ପ୍ରାପ୍ଯ ପ୍ରଦାନରେ ବ୍ଲକ ପ୍ରଶାସନର ଅବହେଳାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମହିଳାମାନେ। ତେଣୁ ସମସ୍ତ ମିଶନ ଶକ୍ତି ସଦସ୍ୟାଙ୍କୁ ତୁରନ୍ତ ବକେୟା ପ୍ରାପ୍ଯ ପ୍ରଦାନ ସହ ଅନ୍ଯାନ୍ଯ ଦାବି ନେଇ ଖଣ୍ଡପଡ଼ା ବ୍ଲକ ଅଧିନ ବିଭିନ୍ନ ପଞ୍ଚାୟତରୁ ୨୦୦ ରୁ ଉର୍ଦ୍ଧ କାର୍ଯ୍ୟରତ ମିଶନ ଶକ୍ତିର ସଦସ୍ଯାମାନେ ବ୍ଲକ କାର୍ଯ୍ଯାଳୟ ପରିସରରେ ସୋମବାର ଠାରୁ ଧାରଣାରେ ବସିରହି ନାରାବାଜି କରିଥିବା ପରିଲକ୍ଷିତ ହୋଇଥିଲା।ଦାବି ପୂରଣ ହେବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲୁ ରହିବ ବୋଲି ଧାରଣାରତ ମହିଳା ମାନଙ୍କ ଠାରୁ ପ୍ରକାଶ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ