
ଧର୍ମଗଡ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାର ପକ୍ଷରୁ ଧର୍ମଗଡ ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଶିବିରରେ ଅତିଥି ଭାବେ ଧର୍ମଗଡ ବିଡ଼ିଓ ସଦାଶିବ ନାୟକ, ଧର୍ମଗଡ଼ ବିଧାୟକ ଙ୍କ ପ୍ରତିନିଧି ହିମାଂଶୁ ଶେଖର ପଣ୍ଡା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ଜିଲ୍ଲାପରିଷଦ ସଭ୍ୟ ଶଙ୍କର ପ୍ରସାଦ ଜୁଏଡ଼, ଜୟନ୍ତପୁର ସରପଞ୍ଚ ଜୟନ୍ତୀ ବାଗ, ପର୍ଲା ସରପଞ୍ଚ ବ୍ରିଜ଼ଲାଲ ନାଏକ, ତେଣ୍ଡାପାଳି ସରପଞ୍ଚ ଗୌଲୋଚନ ଗୋପାଳ, କଦଳିମୁଣ୍ଡା ସରପଞ୍ଚ ଘନକେସି କେତକୀ, ବେହେରା ସରପଞ୍ଚ କୁମୁଦିନୀ ଗଏନ୍ତା, ଖଇରପଦର ସମିତି ସଭ୍ୟ ପ୍ରସନ୍ନ ବିହାରୀ ପ୍ରମୁଖ ଅତିଥି ମାନେ ମଞ୍ଚାସୀନ ହେବାପରେ ସନ୍ଥକବି ଭୀମଭୋଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ୱଳନ କରିଥିଲେ ।ଶିବିର ରେ ଲଘୁଚାପ ଜନିତ ବର୍ଷା ହେବା ସତ୍ତ୍ୱେ ମଧ୍ୟ ବ୍ଲକ ର ୨୪ଟି ଗ୍ରାମପଞ୍ଚାୟତର ମୋଟ ୪୧୨ ଜଣ ଭିନ୍ନକ୍ଷମ ନାମ ପଞ୍ଜିକରଣ କରିଥିଲେ। ୧୪୫ ଜଣଙ୍କୁ ଭିନ୍ନକ୍ଷମ ପରିଚୟପତ୍ର, ୬୫ଜଣକୁ ବସ୍ ପାସ, ୧୦ ଜଣଙ୍କୁ ଟ୍ରେନ ପାସ ପ୍ରଦାନ କରାଯଇଥିଲା।ସେହିପରି ୨୭ ଜଣଙ୍କୁ ନୂତନ ଭିନ୍ନକ୍ଷମ ଭତ୍ତା, ୧୧ଜଣଙ୍କୁ ହୁଇଲଚେୟାର ଓ ଜଣକୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା । ଶିବିର ରେ ଅସ୍ଥି ସଲ୍ୟ ବିଶେଷଜ୍ଞ ଡ଼ାକ୍ତର ପ୍ରମତେଷ କଷ୍ୟପ ପଣ୍ଡା , ମାନସିକ ବିଶେଷଜ୍ଞ ଡ଼ାକ୍ତର ଅନନ୍ତ ଚରଣ ମେହେର , କର୍ଣ୍ଣ, ଗଳା ଓ ନାଶା ବିଶେଷଜ୍ଞ ଡାକ୍ତର ସିଦ୍ଧାର୍ଥ ଶଙ୍କର ଜେନା , ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ଲୋପାମୁଦ୍ରା ବିଶି, ଟେଲିମେଡ଼ିସିନ ଟେକ୍ନିସିଆନ ନିବେଦିତା ସାହୁ, ମୋବିଲିଟି ଇନଷ୍ଟ୍ରକ୍ଟର ନିବାସ ଚନ୍ଦ୍ର ସାହୁ, କାର୍ଯ୍ୟକ୍ରମ ସହାୟକ ଲକ୍ଷପତି ପୁଝାରୀ ପ୍ରମୁଖ ଭିନ୍ନକ୍ଷମ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଭିନ୍ନକ୍ଷମ ମାନଙ୍କୁ ସାହାଯ୍ୟ ନିମନ୍ତେ ବିଭିନ୍ନ ଷ୍ଟଲ କରାଯାଇଥିଲା।କାର୍ଯ୍ୟକ୍ରମ କୁ ଭାରପ୍ରାପ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଲୋକନାଥ ଭାଟି ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ସହାୟକ ଦେବେନ୍ଦ୍ର କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ