
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ସ୍ୱଚ୍ଛତା ହିଁ ସେବା ସପ୍ତାହ ପାଳନ ଅବସରରେ ଖଣ୍ଡପଡ଼ା ପଠାଣିସାମନ୍ତ ମହାବିଦ୍ୟାଳୟରେ ପରିବେଶ ସଫେଇ କାର୍ଯ୍ଯକ୍ରମ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ସ୍ବଚ୍ଛ ସଲୀଳା ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ଯକ୍ରମରେ ଅଧ୍ୟାପକ ଗୋପବନ୍ଧୁ ଚୌଧୁରୀ,ରବି ନାରାୟଣ ସାହୁ, ସର୍ବେଶ୍ୱର ମହାରଣା, କ୍ରୀଡା ଶିକ୍ଷକ ସତ୍ୟଜିତ ଦାଶଙ୍କ ସମେତ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଅନୁଷ୍ଠାନ ପରିସରକୁ ଝାଡୁ ମାରି ସଫା କରିବା ସହ ଅଳିଆ,ଆବର୍ଜନା ଉଠାଇଥିବା ଜଣାପଡିଛି।କାର୍ଯ୍ୟକ୍ରମ ଅଧିକାରୀ ରାଜକିଶୋର ପ୍ରଧାନ ଓ ମହାବିଦ୍ୟାଳୟର କର୍ମଚାରୀମାନେ ସ୍ବଚ୍ଛତା କାର୍ଯ୍ଯକ୍ରମରେ ସାମିଲ ହୋଇଥିଲେ।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ