
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଅନ୍ତୁ ନ୍ୟାୟ ଓ ସତ୍ୟ ପାଇଁ) ସାମାନ୍ଯ ବର୍ଷା ହେଲେ ଖଣ୍ଡପଡ଼ା ସହରର ଅଗ୍ନିଶମ କାର୍ଯ୍ଯାଳୟ ସମ୍ମୁଖସ୍ଥ ମୁଖ୍ଯ ରାସ୍ତା ପାର୍ଶ୍ବରେ ଜମି ରହୁଛି ପାଣି।ପାଣି ନିଷ୍କାସନ ନିମନ୍ତେ ଡ୍ରେନେଜ ବ୍ଯବସ୍ଥା ନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଛି।ଫଳରେ ରାସ୍ତା ପାର୍ଶ୍ବରେ ସ୍ଥାୟୀ ବାସଗୃହ ନିର୍ମାଣ କରି ରହୁଥିବା ଚିନିକଳ ସାହି ବାସିନ୍ଦା ବାସଗୃହକୁ ଯିବା ଆସିବା ନିମନ୍ତେ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି।ଅପରପକ୍ଷେ ଦିନ ଦିନ ଧରି ରାସ୍ତାରେ ପାଣି ଜମି ରହିବା ଯୋଗୁଁ ରାସ୍ତାରୁ ପିଚୁ ଉଠିଯାଉଥିବା ନଜରକୁ ଆସୁଛି।ଖଣ୍ଡପଡ଼ାରୁ ନୟାଗଡ ସହରକୁ ସଂଯୋଗ କରୁଥିବା ଏହି ରାସ୍ତା ପ୍ରତି ପୂର୍ତ୍ତବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଓ ନୟାଗଡ ଅଧିକ୍ଷଣ ଯନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି ହେଉଛି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ