
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ପରୀକ୍ଷା-୨୦୨୫ରେ ଧର୍ମଗଡ଼ର ଶୌଳେଶ ଭୋଇ ପ୍ରଥମ ୧୦ଜଣଙ୍କ ମଧ୍ୟରେ ସପ୍ତମ ସ୍ଥାନ ଅଧିକାର କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଶୌଳେଶଙ୍କ ଏହି ଅସାଧାରଣ ସଫଳତା କେବଳ ତାଙ୍କ ଅଦମ୍ୟ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମର ଫଳ ନୁହେଁ, ବରଂ ଅଞ୍ଚଳର ଯୁବପିଢ଼ି ପାଇଁ ଏକ ପ୍ରେରଣା ମଧ୍ୟ। ଶୌଳେଶ ଛାତ୍ରାବସ୍ଥାରୁ ହିଁ ସେ ପ୍ରଶାସନିକ ସେବାରେ କ୍ୟାରିୟର ଗଢ଼ିବାର ସ୍ୱପ୍ନ ଦେଖିଥିଲେ। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ସେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଭଳି ଏକ ସ୍ଥାୟୀ ଓ ସମ୍ମାନଜନକ ଚାକିରି ଛାଡ଼ି ଓଏଏସ୍ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ବିଶେଷ କଥା ହେଲା, ସେ କୌଣସି କୋଚିଂ ସେଣ୍ଟରର ସହାୟତା ନନେଇ ଘରେ ରହି ସୋସିଆଲ ମିଡିଆ ଓ ଡିଜିଟାଲ ମାଧ୍ୟମରେ ଉପଲବ୍ଧ ସମ୍ବଳକୁ କାମରେ ଲଗାଇ ଏହି ସଫଳତା ହାସଲ କରିଛନ୍ତି। ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରିଆ ହାଇସ୍କୁଲର ଶିକ୍ଷକ ନିରଞ୍ଜନ ଭୋଇ ଓ ମାତା ଗୀତାଞ୍ଜଳି ଭୋଇଙ୍କ ଜ୍ୟେଷ୍ଠ ପୁତ୍ର ଅଟନ୍ତି ଶୈଳେଶ। ତାଙ୍କ ଏହି ଅସାଧାରଣ ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ