
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ଼ ଏନ୍ଏସି ଅଞ୍ଚଳର ୱାର୍ଡ ନମ୍ବର ୧ ଅଧୀନରେ ଥିବା ଭୀମଖୋଜପଡ଼ାରେ ବର୍ଷା ଋତୁରେ ରାସ୍ତାଘାଟ ଜଳମଗ୍ନ ହେବା ଏକ ନିତିଦିନିଆ ସମସ୍ୟା ହୋଇପଡ଼ିଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଟିକିଏ ବର୍ଷା ହେଲେ ରାସ୍ତାରେ ପାଣି ଜମି ରହୁଛି, ଯାହା ଯୋଗୁଁ ଚଳପ୍ରଚଳ ଅତ୍ୟନ୍ତ କଷ୍ଟକର ହେଉଛି। ଏହି ଜମା ପାଣି ଘର ଭିତରକୁ ପଶି ଦୂଷିତ କରୁଛି, ଯାହା ଫଳରେ ବିଭିନ୍ନ ରୋଗର ଆଶଙ୍କା ବଢ଼ିଛି। ବାସିନ୍ଦାମାନେ କହିଛନ୍ତି, “ବର୍ଷା ଦିନେ ଆମେ ଘରୁ ବାହାରି ପାରୁନାହୁଁ। ରାସ୍ତାରେ ଜମା ପାଣି ଯୋଗୁଁ ଚାଲିବା କଷ୍ଟକର ହେଉଛି।” ପାଣି ନିଷ୍କାସନ ପାଇଁ କୌଣସି ଉପଯୁକ୍ତ ବ୍ୟବସ୍ଥା ନଥିବା କାରଣରୁ ଏହି ସମସ୍ୟା ବାରମ୍ବାର ଦେଖାଦେଉଛି। ସ୍ଥାନୀୟ ଲୋକେ ଏନ୍ଏସି କର୍ତ୍ତୃପକ୍ଷଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏହି ଅଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥାର ଅଭାବ ଏବଂ ରାସ୍ତାର ଅପର୍ଯ୍ୟାପ୍ତ ମରାମତି ଏହି ଜଳଜମା ସମସ୍ୟାକୁ ଆହୁରି ଗମ୍ଭୀର କରିଛି। ପଡ଼ାବାସୀ ଏକ ସ୍ଥାୟୀ ସମାଧାନ ପାଇଁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ