
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଖଣ୍ଡପଡ଼ା ବ୍ଲକ ଅଧିନ ସିଧାମୂଳା ଗ୍ରାମସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତହୋଇଯାଇଛି।ଉକ୍ତ ଶିବିରରୁ ସର୍ବମୋଟ ୨୯ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ଜଣାପଡିଛି। ବିଜେପି କଣ୍ଟିଲୋ ମଣ୍ଡଳ ସଭାପତି ଟିଟନ ସାହୁଙ୍କ ପ୍ରତ୍ଯେକ୍ଷ ତତ୍ତ୍ବାବଧାନରେ ଆୟୋଜିତ ରକ୍ତଦାନ ଶିବିରକୁ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ସୁଶାନ୍ତ କୁମାର ଦାଶ ଓ ଖଣ୍ଡପଡ଼ା ଗୋଷ୍ଠୀ ଚିକିତ୍ସାଧିକାରୀ ଡ଼. ଅଭିସାର ପଣ୍ଡା ଯୋଗଦେଇ ଶିବିରରେ ଉପସ୍ଥିତ ଥିବା ସମସ୍ତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ପାଳନ ଅବସରରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିବା ଜଣାପଡିଛି। ସ୍ବେଛାକୃତ ରକ୍ତଦାତାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ନୟାଗଡ଼ ରକ୍ତ ଭଣ୍ଡାର କର୍ତ୍ତୃପକ୍ଷ ଶିବିରରେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ।ପ୍ରତିକୂଳ ପାଗ ସତ୍ବେ ରକ୍ତଦାନ ନିମନ୍ତେ ସ୍ବେଛାକୃତ ରକ୍ତଦାତାମାନଙ୍କ ମଧ୍ଯରେ ଆଗ୍ରହ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଶିବିର ପରିଚାଳନାରେ ପୂର୍ବତନ ସରପଞ୍ଚ ନିରଞ୍ଜନ ପଣ୍ଡା,ବାଣପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ କର, ସମାଜସେବୀ ଅଖିଳ କୁମାର ମହାରଣା, ଯୁଗଳ କିଶୋର ନାୟକ,ସାମ୍ବାଦିକ ଶୁଭ୍ରାଂଶୁ ଶେଖର ମହାରଣା,ଚନ୍ଦ୍ରଶେଖର ସ୍ୱାଇଁ ଓ ପ୍ରଦୀପ ବେହେରାଙ୍କ ସହ ଅନ୍ଯମାନେ ସହଯୋଗ କରିଥିଲେ।ସମସ୍ତ ସ୍ବେଛାକୃତ ରକ୍ତଦାତା ମାନଙ୍କୁ ରକ୍ତଦାନ ସଂର୍ପକିତ ପ୍ରମାଣପତ୍ର ପ୍ରଦାନ କରାଯାଥିଲା।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ