ପାଷ୍ଟିକୁଡ଼ି ଚଚରାପଡ଼ାରେ ଡଃ ଆମ୍ବେଦକରଙ୍କ ୧୩୪ତମ ଜନ୍ମଜୟନ୍ତୀ ଉତ୍ସବ
ହଜାର ଲୋକଙ୍କ ସମାବେଶରେ ଐତିହାସିକ କାର୍ଯ୍ୟକ୍ରମ।
ପାଷ୍ଟିକୁଡ଼ି, ତା. ୧୯ (ଶନିବାର) — ସମ୍ବିଧାନ ପ୍ରଣେତା, ବୌଧି ସତ୍ତ୍ୱ ଏବଂ ମହାମାନବ ଡଃ ବାବାସାହେବ ଆମ୍ବେଦକରଙ୍କ ୧୩୪ତମ ଜନ୍ମ ଜୟନ୍ତୀକୁ ଅଲ୍ ଓଡିଶା ସିଡ୍ୟୁଲ୍ କାଷ୍ଟ ଫେଡେରେସନ (AOSCF) ପାଷ୍ଟିକୁଡ଼ି ଶାଖା ଓ ଚଚରାପଡ଼ା ବାସୀ ବିଶେଷ ଉତ୍ସାହରେ ପାଳନ କରିଛନ୍ତି। ଏହି ଅବସରରେ AOSCF ଜିଲ୍ଲା ସ୍ତରୀୟ ବିଶାଳ ଅନୁଷ୍ଠାନରେ ହଜାର ଠାରୁ ଅଧିକ ଲୋକ ଉପସ୍ଥିତ ହୋଇ ଜୟଭୀମ ଧ୍ୱନିରେ ଆମ୍ବେଦକର ଭାବନାକୁ ଜୟ ଜଣାଇଥିଲେ।
କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା ଡଃ ଆମ୍ବେଦକରଙ୍କ ଶୋଭାଯାତ୍ରା ସହିତ, ଯାହା ପାଷ୍ଟିକୁଡ଼ି ଚଚରାପଡ଼ାରୁ ଆରମ୍ଭ ହୋଇ ସମଗ୍ର ପାଷ୍ଟିକୁଡ଼ି ସହର ଭିତରେ ପରିକ୍ରମା କରାଯାଇଥିଲା। ସ୍ଥାନୀୟ ଗାନ୍ଧୀ ଛକ ଠାରେ ଶୋଭାଯାତ୍ରା ଅବସାନ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଯୁଧିଷ୍ଠି ଭଗତ ଅତିଥି ଭାବେ ଉପସ୍ଥିତ ଥିଲେ। ମୁଖ୍ୟ ବକ୍ତା ଭାବେ ଆଇନଜୀବୀ ଭୋଦେଵ ମହାନନ୍ଦିଆ ନିଜ ଗଭୀର ବକ୍ତୃତାରେ ଡଃ ଆମ୍ବେଦକରଙ୍କ ଜୀବନ ଓ ଦର୍ଶନକୁ ବିଶ୍ଲେଷଣ କରିଥିଲେ। ଅନ୍ୟାନ୍ୟ ଗାରିମାମୟ ଅତିଥିମାନେ ଥିଲେ — ରେଞ୍ଜର ପଦ୍ମନାଭ କୁମାର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକୃତିବନ୍ଧୁ ଯତୀନ୍ଦ୍ରକର, ଆଇନଜୀବୀ ଛବିଲାଲ ନିଆଲ, ଜୟପ୍ରକାଶ ଜାଲ, ଜିଲ୍ଲା କୋଷାଧ୍ୟକ୍ଷ ବିଜୟ ରାଜ ଶିଖା, ଇନ୍ଦ୍ରମଣି ବାଗ, ଦିଗାମ୍ବର ଲୁହା, ସତ୍ୟାନନ୍ଦ ନାଗ୍ ଓ ଅନେକ ପ୍ରମୁଖ ସମାଜ ସେବୀ।
କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନ ପରିଚାଳନା କରିଥିଲେ ଶିକ୍ଷାବିତ୍ ଧିମାନ ଗିରିଜା ବେହେରା, ଓ ଦ୍ୱିତୀୟ ଅଧିବେଶନ ପରିଚାଳନା କରିଥିଲେ ଜୟପ୍ରକାଶ ଜାଲ। ସ୍ଵାଗତ ଭାଷଣ ଦେଇଥିଲେ ପଞ୍ଚାୟତ ସଭାପତି ଅଭିମନ୍ୟୁ ବିଶି। ଅନୁଷ୍ଠାନର ଶେଷରେ କେସିଙ୍ଗା ବ୍ଲକ ସଭାପତି ଯୁଧିଷ୍ଠି ଭଗତ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରିଥିଲେ। ଅକ୍ଳାନ୍ତ ପରିଶ୍ରମ କରି ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ଜିଲ୍ଲା କିର୍ଯ୍ୟକାରିଣୀ ସଭାପତି ତେଜରାଜ ବେହେରା, ଜିଲ୍ଲା ସଭାପତି ଧନଞ୍ଜୟ ଦୀପ (AOSCF) ପ୍ରମୂଖ ଭୁମିକା ନିର୍ବାହ କରିଥିଲେ।
ଏହି ବୃହତ୍ତର କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରହଲ୍ଲାଦ, ବାବୁଲି, ଭାଗ୍ୟବନ୍ତ, ଅର୍ଜୁନ, ଜଗଦୀଶ, ଚନ୍ଦ୍ର, ଟିକେରାମ୍, ଭବାନୀ, ଜନ୍ମଜୟ, ପିନ୍ଟୁ, ଅନିଲ, କାଳିଆ, ବିଭୁଦ, ବିକି, କୀର୍ତ୍ତନ, ସାହିଲ, ସିବୁ, ରାଇଦାଶ, ଡିଲେ, ଗୋରେଖ ଓ ଗ୍ରାମବାସୀ ବୃନ୍ଦ ଅମୁଲ୍ୟ ସହଯୋଗ ଦେଇଥିଲେ।