
ଧର୍ମଗଡ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ଧର୍ମଗଡ଼ ବ୍ଲକ ଟିପିଗୁଡା ଠାରେ ବେଆଇନ ଭାବେ ଖୋଲମ ଖୁଲ୍ଲା ବିକ୍ରି ହେଉଥିବା ଦେଶୀ ଓ ବିଦେଶୀ ମଦକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ଧର୍ମଗଡ଼ ଉପଜିଲ୍ଲାପାଳ ସମେତ ଅବକାରୀ ବିଭାଗ, ଥାନା ଅଧିକାରୀ ଓ ଗୋଲାମୁଣ୍ଡା ବ୍ଲକ ହଳଦୀ ଭାଟି ମ୍ୟାନେଜରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ମଦପିଇ ଯୁବ ସମାଜ ପଥଭ୍ରଷ୍ଟ ହେବାସହ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି ହେବା, କଳି କଜିଆ ହୋଇ ଧନ ଜୀବନ ହାନି ହେଉଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି l ଗ୍ରାମବାସୀ ଗାଁରେ ମଦ ରଖିବାକୁ ଚାହୁଁ ନଥିବାବେଳେ ଏପରି ସ୍ଥଳରେ କିଛି ଗୋଷ୍ଠୀଙ୍କୁ ଗାଁର ମାନତି ଟଙ୍କା ଭାବେ ଭାଟିରୁ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜାଣିବାକୁ ମିଳିଛି l ଏ ସମ୍ପର୍କରେ ହଳଦୀ ଭାଟି ମ୍ୟାନେଜରଙ୍କୁ କାହିଁକି ଗୋଟିଏ ଗୋଷ୍ଠୀଙ୍କୁ ଅର୍ଥ ପ୍ରଦାନ କରି ମଦକୋଠି ଖୋଲିବାକୁ ଯାଉଛନ୍ତି ବୋଲି ପଚାରିବାରୁ ଟିପିଗୁଡା ଠାରେ ମଦକୋଠି ପାଇଁ ଆମକୁ ଏକ ସହମତି ପତ୍ର ଦେଇଛନ୍ତି ଓ ସେଥିରେ ଗ୍ରାମର ପ୍ରାୟ ୫୦ ଜଣଙ୍କ ଦସ୍ତଖତ ରହିଛି ଏଣୁ ଆମେ ମାନତି ଟଙ୍କା ସ୍ୱରୂପ ୨୫ ହଜାର ଟଙ୍କା ଦେଇଛୁ ବୋଲି ପ୍ରକାଶ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଥିବା ବେଳେ ଆଗାମୀ ଦିନରେ ଥାନା ଅଧିକାରୀ ଓ ଅବକାରୀ ବିଭାଗ ତରଫରୁ ବେଆଇନ ମଦବିକ୍ରିକୁ ବନ୍ଦ କରାଯିବ ବୋଲି ପ୍ରକାଶ କରିଥିବା ଜାଣିବାକୁ ମିଳିଛି l
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ