
ଧର୍ମଗଡ଼ (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ଠାରେ ଓବିସି ମଞ୍ଚ ତରଫରୁ ବ୍ରାହ୍ମଣ ଛେଣ୍ଡିଆଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓବିସି ମଞ୍ଚ ସଭାପତି ଡମ୍ବରୁଧର ଲହଜଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଓବିସି ସମାଜର ସାମ୍ବିଧାନିକ ହକ ଓ ଅଧିକାର ସୁନିଶ୍ଚିତ କରିବା ସହ ସମାଜର ଉନ୍ନତି ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା।ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଓବିସି ମଞ୍ଚ ସଭାପତି ଦୁର୍ଗା ପ୍ରସାଦ ନାଏକ, ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ଓବିସି ମଞ୍ଚ ସଂପାଦକ ହିମାଂଶୁ ବରାଡ଼, ଶିକ୍ଷାବିତ ତଥା ମାଳି ସମାଜ କୁଳପତି ପ୍ରକାଶ ବଣିଆ, ଜିଲ୍ଲା ଓବିସି ମଞ୍ଚ କୋଷାଧ୍ୟକ୍ଷ ଡିକଚନ ସାହୁ, ଉପ-ସଭାପତି ବେଣୁଧର ନାଏକ, ପ୍ରେମଲାଲ ନାଏକ, ପ୍ରମୋଦ ହଂସ, ଜିଲ୍ଲାପରିଷଦ ସଭ୍ୟ ପ୍ରଣବ ଭଇଁସାଲ, ଆଇନଜୀବୀ କୁବେର ସାହୁ ଏବଂ ଶିକ୍ଷାବିତ ଗିରିଧାରୀ ସାହୁ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଓବିସି ସମାଜର ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ବୈଠକରେ ଓବିସି ସମାଜର ସାମ୍ବିଧାନିକ ହକ, ସମାନୁପାତିକ ପ୍ରତିନିଧିତ୍ୱ, ଜନଗଣନା, ଉଚ୍ଚ ଶିକ୍ଷା, ବୃତ୍ତିଗତ ଶିକ୍ଷା ଏବଂ ନିଯୁକ୍ତିରେ ୨୭% ସଂରକ୍ଷଣ ଉପରେ ଆଲୋଚନା ହୋଇଥିଲା। ଏହା ସହିତ ଯୁବକ ଓ ଯୁବତୀମାନଙ୍କୁ ଉଚ୍ଚ ପଦବୀରେ ନିଯୁକ୍ତି ପାଇଁ ଜିଲ୍ଲା ସ୍ତରରେ ମାଗଣା କୋଚିଂ ବ୍ୟବସ୍ଥା ଏବଂ ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିକୁ ଜିଲ୍ଲା ଭିତ୍ତିକ କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା।ଏହି ଅବସରରେ ଧର୍ମଗଡ଼ ଓବିସି ମଞ୍ଚର ଏକ ନୂତନ କମିଟି ଗଠନ କରାଯାଇଛି। କମିଟିରେ ସଭାପତି ଭାବେ ପ୍ରମୋଦ ହଂସ, କାର୍ଯ୍ୟକାରୀ ସଭାପତି ଉଦିତ ନାଏକ, ଉପ-ସଭାପତି ବସନ୍ତ ସାହୁ, ସମ୍ପାଦକ ଏକାଦଶୀ ଗୋପାଳ, ସହ-ସମ୍ପାଦକ ସନ୍ତୋଷ କୁମାର ଭୋଇ, କୋଷାଧ୍ୟକ୍ଷ ଘନଶ୍ୟାମ ଭାଟି, ଯୁବ ସଭାପତି ପ୍ରଣବ ପ୍ରକାଶ ଭଇଁସାଲ, କାର୍ଯ୍ୟକାରୀ ସଭାପତି ରତନ ନାଏକ, ସମ୍ପାଦକ ସୁଧୀର ଗୋପାଳ ଏବଂ ସାଂଗଠନିକ ସମ୍ପାଦକ ଲବଣୀ ଯାଦବ ମନୋନୀତ ହୋଇଛନ୍ତି। କାର୍ଯ୍ୟକ୍ରମଟି ଓବିସି ମଞ୍ଚ ସଂଯୋଜକ ଡାକେଶ୍ୱର ଲହଜଳଙ୍କ ଦ୍ୱାରା ପରିଚାଳିତ ହୋଇଥିଲା।ଏହି ବୈଠକ ମାଧ୍ୟମରେ ଓବିସି ସମାଜକୁ ସୁସଂଗଠିତ କରି ଆଗକୁ ନେବା ପାଇଁ ଏକ ଦୃଢ଼ ପ୍ରତିବଦ୍ଧତା ବ୍ୟକ୍ତ କରାଯାଇଥିଲା।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ