
ଧର୍ମଗଡ ( ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବ୍ରାହ୍ମଣଛେଣ୍ଡିଆ ଶ୍ରୀରାମପୁର ଠାରେ ଆଧ୍ୟାତ୍ମିକ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି, ପ୍ରଥମେ ଯୋଗେଶ୍ୱର ଶ୍ରୀକୃଷ୍ଣ ଙ୍କ ନିକଟରେ ପୂଜାର୍ଚନା ପୂଜକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଖଡ଼ିକାର ଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା, ସଂଘର ଉପସଭାପତି ଯଂଜ୍ଞ ଦତ୍ତ ଲହଜଳ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ, କାର୍ଯ୍ୟକ୍ରମ ରେ ଆଇନଜୀବୀ ଜହରଲାଲ ବାଗ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ପୂର୍ବତନ ଧର୍ମଗଡ଼ ବିଧାୟକ ମୌସଧି ବାଗ ଉପସ୍ଥିତ ହୋଇଥିଲେ, ମୁଖ୍ୟ ବକ୍ତା ଭାବେ ଦ୍ୱାରିକାନାଥ ବାଗ,ସମ୍ମାନିତ ଅତିଥିଭାବେ ଅନୁପାନନ୍ଦ ନାଗ, ଟିକଚନ ନାଗ, ରାମପ୍ରସାଦ ଗୋପାଳ,ଭୁଜବଳ ଗୋପାଳ, ସିମାଞ୍ଚଳ ବାଗ, ଶୋଭାବନ ଭାଟି, ଅଭି ବାଗ,ସମାଜରେ ଥିବା କୁସଂସ୍କାର, ଅନ୍ଧବିଶ୍ୱାସ, ନିଶାନିବାରଣ, କୁଶିକ୍ଷା ଦୁରକରି ଏକ ସୁସ୍ଥ ସମାଜ ଗଠନ ପାଇଁ ଗାଁ ଗାଁ ବୁଲି ପ୍ରଚାର ପ୍ରସାର କରିବାପାଇଁ ଅତିଥି ମାନେ ମତବ୍ୟକ୍ତ କରିଥିଲେ, ସଂଘଠନ କୁ ବ୍ୟାପକ କରିବାପାଇଁ ଧର୍ମଗଡ଼ ଉପଖଣ୍ଡ ଆଧ୍ୟାତ୍ମିକ କମିଟି ଗଠିତ ହୋଇଯାଇଛି ସଭାପତି ଭାବେ ଭବାନୀ ଶଙ୍କର ଖଡ଼ିକାର, ସମ୍ପାଦକ ଦିଲେଶ୍ଵର ନାଗ, ଉପସଭାପତି ପିତାମ୍ବର ଖରସେଲ, ସହସମ୍ପାଦକ ଦୁତିବାମନ ନାଗ, କୋଷାଧକ୍ଷ ଉପେନ୍ଦ୍ର ବାଗ ଙ୍କୁ ମନୋନୀତ କରାଯାଇଛି,ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ, ସମାଜ ଭବନ, ପାଇଁ ଭୂମିଦାନ କରିଥିବା ବଦାନ୍ୟ ବ୍ୟକ୍ତିମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା, କାର୍ଯ୍ୟକ୍ରମ କୁ ଧର୍ମଗଡବ୍ଲକ, କୋକସରା, କଳମପୁର, ଜୟପାଟଣା, ଗୋଲାମୁଣ୍ଡା, ଜୁନାଗଡ଼ ବ୍ଲକ ର ବିଭିନ୍ନ ଅଂଚଳରୁ ଆସିଥବା କର୍ମକର୍ତ୍ତା ସହଯୋଗ କରିଥିଲେ, କାର୍ଯ୍ୟକ୍ରମ କୁ ଭବାନୀ ଶଙ୍କର ଖଡ଼ିକାର ପରିଚାଳନା କରଥିବା ବେଳେ ସୁବାସ ନାଗ ଧନ୍ୟବାଦ ଅର୍ପଣ କରିଥିଲେ l
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ