
ଧର୍ମଗଡ଼ ( ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ବିଜୁ କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳ ବାର ଅଷ୍ଟମ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଓ ନୂତନ କର୍ମ କର୍ତ୍ତା ଚୟନ ହୋଇ ଯାଇଛି । ପୂର୍ବତନ ସଭାପତି ବିନ୍ଦୁସାର ବିଶି ଙ୍କ ଅଧ୍ୟକ୍ଷତା ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ପୁରାତନ କମିଟି ଭଗ୍ନ କରାଯାଇ ନୂତନ କମିଟି ଗଠନ କରାଯାଇଥିଲା।ସର୍ବ ସମ୍ମତି କ୍ରମେ ଲଳିତ ବାଣୁଆ ସଭାପତି,ଉପ ସଭାପତି ଭବେଶ ଗଇନ୍ତା,ସମ୍ପାଦକ ଗୁଣନିଧି ନାଗ,ସହ ସମ୍ପାଦକ ତ୍ରିଲୋକ ନାଥ ସିଂହ, କୋଷାଧ୍ୟକ୍ଷ ଭବାନୀ ଶଙ୍କର ବାରିକ,ଉପ କୋଷାଧ୍ୟକ୍ଷ ଭିକାରୀ ଚରଣ ବାରିକ ଙ୍କୁ ଚୟନ କରାଯାଇ ଥିଲା। ଏହି ବୈଠକ ରେ ଧନୁଯାତ୍ରା ର ସମସ୍ତ ଆନୁଷଙ୍ଗିକ ବିଷୟ ସହ ଦଣ୍ଡପଟ ଅଞ୍ଚଳର କଳା ସଂସ୍କୃତି ଉପରେ ଆଲୋଚନା କରାଯାଇଥିଲା। ଧନୁଯାତ୍ରା ରେ ପ୍ରତିବର୍ଷ ପ୍ରବଳ ଭିଡ଼ ହେଉଥିବା ବେଳେ ଲୋକଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବାକୁ କମିଟି ନିଷ୍ପତି ନେଇ ଥିଲା।ଚଳିତ ବର୍ଷ ଡିସେମ୍ବର ୨୫ ରୁ ଡିସେମ୍ବର ୩୧ ରେ ଧନୁଯାତ୍ରା ହେବାକୁ ସ୍ଥିର ହୋଇଥିବା ବେଳେ କଂସ ଭୂମିକା ରେ ଗୋପାଳ ପଣ୍ଡା ଙ୍କୁ ବରଣ କରାଯିବ ଓ ବିଶେଷ ଆକର୍ଷଣ ରେ ଓଲିଓଡ ସିଙ୍ଗର କାର୍ଯ୍ୟକ୍ରମ ତଥା ମୀନା ବଜାର ରହିବ ବୋଲି ସଭାପତି ପ୍ରକାଶ କରିଥିଲେ। ବୈଠକ ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୁଝାରୀ,ପୂର୍ବତନ ସରପଞ୍ଚ ପ୍ରଶାନ୍ତ ତିୱାରୀ, ସମାଜସେବୀ ଈଶ୍ୱର ଲାଲ ଅଗ୍ରୱାଲ, ବାଳକୃଷ୍ଣ ବିଶି,ଉପେନ୍ଦ୍ର ନାଏକ,କ୍ଷିରସିନ୍ଧୁ ବାଗ, ହୁକିମ ବିଶି,ଚନ୍ଦ୍ର ରଣା,ଅଭୟ ସିଂହ ଠାକୁର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ଧର୍ମଗଡ଼ରୁ ଭରତ ଦାସଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ