
ଖଣ୍ଡପଡ଼ା (ସତ୍ୟଯୁଗ ମିଡ଼ିଆ ଏକ ନୂଆଁ ଦିଗନ୍ତ ନ୍ୟାୟ ଓ ସତ୍ୟ ପାଇଁ) ବିଶ୍ବର ସର୍ବଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ପୁର୍ନବାର ଖଣ୍ଡପଡ଼ା ମାଟିର ସୁଯୋଗ୍ଯ ସନ୍ତାନ ଡଃ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ନାମ ସ୍ଥାନ ପାଇଥିବା ଜଣାପଡିଛି। ବିଶ୍ବର କାଲିଫର୍ଣ୍ଣିଆସ୍ଥିତ ଷ୍ଟାନଫୋର୍ଡ ବିଶ୍ବ ବିଦ୍ୟାଳୟର ଏକ ଗବେଷଣା ସଂସ୍ଥା ପକ୍ଷରୁ ପରମାଣୁ ଓ କଣିକା ପଦାର୍ଥ ବିଜ୍ଞାନ ଉପରେ ସର୍ଭେକ୍ଷଣ କରାଯାଇଥିଲା। ବିଶ୍ଵର ସର୍ବଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ବୈଜ୍ଞାନିକ ପ୍ରଫେସର ପ୍ରଦ୍ୟୁମ୍ନଙ୍କ ନାମ ସ୍ଥାନିତ ହେବା ପରେ ସମଗ୍ର ନୟାଗଡ ଜିଲ୍ଲା ସମେତ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀବାସୀଙ୍କ ମଧ୍ଯରେ ଆନନ୍ଦ ପ୍ରକାଶ ପାଇଛି।ଖାଲି ସେତିକି ନୁହେଁ ଲଗାତାର ୬ ବର୍ଷ ଧରି ବୈଜ୍ଞାନିକ ଶ୍ରୀ ସାହୁ ଏହି ବିରଳ ସମ୍ମାନର ଅଧିକାରୀ ହୋଇ ପାରି ଅଞ୍ଚଳବାସୀଙ୍କ ପାଇଁ ଗୌରବ ଆଣିଛନ୍ତି।ସୂଚନାଯୋଗ୍ୟ ବୈଜ୍ଞାନିକ ଶ୍ରୀ ସାହୁ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦସ୍ଥିତ ବିର୍ଲା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ତ ସାଇନ୍ସିରେ ଏବେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ଛାତ୍ର ଜୀବନରୁ ଜଣେ ମେଧାବୀ ଛାତ୍ର ଭାବେ ଜଣାଶୁଣା ବୈଜ୍ଞାନିକ ପ୍ରଦ୍ୟୁମ୍ନଙ୍କ ଘର ନୟାଗଡ ଜିଲ୍ଲା ଅଧିନ ଖଣ୍ଡପଡ଼ା ବ୍ଲକର ଜଗନ୍ନାଥପ୍ରସାଦ ପଞ୍ଚାୟତ ଅଧିନ କୁହାରା ଗ୍ରାମରେ ଅଟେ। ଲଗାତର ୬ ବର୍ଷ ଧରି ବିରଳ ସମ୍ମାନର ଅଧିକାରୀ ହୋଇଥିବା ବୈଜ୍ଞାନିକ ପ୍ରଦ୍ୟୁମ୍ନଙ୍କୁ ନେଇ କୁହାରା ଗ୍ରାମବାସୀ ବେଶ ଗର୍ବ ଅନୁଭବ କରୁଥିବା ବେଳେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ବୈଜ୍ଞାନିକ ଶ୍ରୀସାହୁଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।
ନୟାଗଡ଼ରୁ ବିଜୟ କୁମାର ସେଠୀଙ୍କ ରିପୋର୍ଟ ସତ୍ୟଯୁଗ ମିଡ଼ିଆ